ଅପରାଧ ରାଜ୍ୟ

କାର ସହ ୪୧ କେଜି ଗଂଜେଇ, ୪ମୋବାଇଲ ଜବତ, ୪ଗିରଫ

ଜୟପୁର:  ଜୟପୁର ସଦରଥାନା ପୁଲିସ ଆଜି ପାତ୍ରପୁଟ ପୋଲ ନିକଟରେ ଗୋଟିଏ କାରରୁ ୪୧କିଲୋ  ଗଂଜେଇ ଜବତ କରିବା ସହ ୪ଅଭିଯୁକ୍ତିଙ୍କୁ ଗିରଫ କରିଛି। ସେମାନେ ହେଲେ  କୋରାପୁଟ ଜିଲ୍ଳା ବୈପାରୀଗୁଡା ଥାନାର ଝଡ଼ିଆଗୁଡା ଗାଁର ଭୀକାରୀ କନ୍ଧପାଣି, ସାମୁଏଲ୍ କନ୍ଧପାଣି, ରାଜସ୍ଥାନର ଭେଉରା ଜିଲ୍ଲାର ଧାନିଶ ଖାନ୍ନ, ଓ ଟଙ୍କ ଜିଲ୍ଲାର ଅଭିଦେଶ ଭୈରବ। ଏଥିସହିତ ଅଭିଯୁକ୍ତଙ୍କଠାରୁ ୪ଟି ମୋବାଇଲ ଜବତ କରାଯାଇଛି।

ସୂଚନାଅନୁଯାୟୀ, ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡିଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସବଇନିସପେକ୍ଟର  ଶଙ୍କର ପଣ୍ଡା ୩୨୬ନଂ ଜାତୀୟ ରାଜପଥର ପାତ୍ରପୁଟ ପୋଲ ନିକଟରେ ଗାଡ଼ି ଯାଂଚ ଆରମ୍ଭ କରିତିଲେ। ଏହି ସମୟରେ ଏକ  ହୋଣ୍ଡାସିଟି କାର୍ (ଓଆର-୫ଏକ୍ସ-୪୧୫୫)କୁ ସନ୍ଦେହରେ ଅଟକାଇ ଯାଂଚ କରିଥିଲେ। ସେଥିରେ ଗଂଜେଇ ଭର୍ତ୍ତି ହୋଇଥିବା ବ୍ୟାଗ୍ ଗୁଡ଼ିକ ଦେଖିବାକୁ ମିଳିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗ‌ଂଜେଇ ଓଜନ କରିବାରୁ ସେଥିରେ ୪୧କିଲୋ ଥିବା ଜଣାପଡ଼ିଥିଲା।

ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ୧୦ହଜାର ହେବ ବୋଲି ସଦର ଥାନା ଅଧିକାରୀ କହିଛନ୍ତି। ସେହିପରି ଏହି ଗ‌ଂଜେଇ ମାପିଆଙ୍କ ନିକଟରୁ ୪ଟି ମୋବାଇଲ ପୁଲିସ ଜବତ କରିଥିଲା। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି କାର୍ ଜବତ କରିବା ସହ ଅଭିଯୁକ୍ତ ଭୀକାରୀ କନ୍ଧପାଣି, ସାମୁଏଲ୍ କନ୍ଧପାଣି, ଧାନିଶ ଖାନ୍ନ, ଓ ଅଭିଦେଶ ଭୌରବଙ୍କୁ ଗିରଫ କରି କୋର୍ଟ ଚାଳାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ତାଣ୍ଡି କହିଛନ୍ତି। ଜବତ ଗଂଜେଇ ବୈପାରୀଗୁଡା ଅଂଚଳରୁ ରାଜସ୍ଥାନା ଚୋରାଚାଳାଣ କରୁଥିବା ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଥିବା ପୁଲିସ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।