ଅପରାଧ ଦେଶ ବିଦେଶ

କାର୍‌ ୧୨ କିମି ଘୋଷାଡ଼ି ନେବା ଘଟଣା: ଅଂଜଳିଙ୍କ ସହିତ ଆଉ ଜଣେ ଯୁବତୀ ଥିଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଯୁବତୀଙ୍କୁ କ‌ାର୍‌ ୧୨ କିମି ଘୋଷାଡ଼ି ନେବା ଘଟଣାରେ ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରୁ ଜଣାପଡ଼ିଛି ଯେ ଉକ୍ତ ଯୁବତୀ କୌଣସି ଯୌନ ନିର୍ଯାତନାର ଶିକାର ହୋଇନାହାନ୍ତି। ଗାଡ଼ି ତଳେ ଘୋଷାଡ଼ି ହୋଇଯାଇଥିବାରୁ ତାଙ୍କ ଶରୀରରେ ଭୀଷଣ ଆଘାତ ଲାଗିଥିଲା କିନ୍ତୁ ତାଙ୍କ ଗୁପ୍ତାଙ୍ଗରେ କୌଣସି ପ୍ରକାର ଆଘାତ ଲାଗିନି। ନୂଆବର୍ଷ ଭୋର ସମୟରେ ଅଂଜଳି ସିଂହ ନାମ୍ନୀ ୨୦ ବର୍ଷୀୟା ଯୁବତୀ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ସ୍କୁଟିକୁ ଏକ କାର୍‌ ଧକ୍କା ଦେଇଥିଲା। କାର୍‌ ଚକାରେ ତାଙ୍କ ପୋଷାକ ଲାଖିଯିବାରୁ ସେ ଚକା ତଳେ ପ୍ରାୟ ୧୨ କିମି ଘୋଷାଡ଼ି ହୋଇଯାଇଥିଲେ। ମାମଲାରେ ସମସ୍ତ ୫ ଜଣ ଅଭିଯୁକ୍ତ ଏବେ ୩ ଦିନିଆ ପୁଲିସ ରିମାଣ୍ଡରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ‌ଭେଟିଛନ୍ତି ଏବଂ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ଘୋଷଣା କରିଛନ୍ତି।

ଘେରିଲା କଂଗ୍ରେସ: ଅଭିଯୁକ୍ତର ବିଜେପି ସହ ସଂପୃକ୍ତି ନେଇ ମୋଦୀ, ସ୍ମୃତି ଇରାନୀ ନିରବ କାହିଁକି ?

ଅନ୍ୟପକ୍ଷରେ ଦିଲ୍ଲୀରେ ମହିଳାଙ୍କ ସହ ବର୍ବରତା କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଥିବା ମନୋଜ ମିତ୍ତଲ ଜଣେ ବିଜେପି କର୍ମକର୍ତ୍ତା ବୋଲି କଂଗ୍ରେସ ଏବଂ ଆପ୍‌ ଅଭିଯୋଗ କରିଛନ୍ତି। ଏ ନେଇ ବିଜେପିକୁ ଘେରିଛନ୍ତି କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ। ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଜବାବରେ ବିଜେପି କହିଛି ଯେ ଦୋଷୀକୁ ଦଣ୍ଡ ଦିଆଯିବା ହେଉଛି ପ୍ରାଥମିକତା ଏବଂ କଂଗ୍ରେସ ଓ ଆପ୍‌ ଏହାର ରାଜନୀତିକରଣରୁ ଦୂରେଇ ରହିବା ଉଚିତ।

ଦୁର୍ଘଟଣାସ୍ଥଳରୁ ମିଳିଥିବା ନୂଆ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୁଲିସ ଜାଣିଛି ଯେ, ଦୁର୍ଘଟଣାର କିଛି ସମୟ ପୂର୍ବରୁ ଅଂଜଳି ତାଙ୍କର ଜଣେ ବନ୍ଧୁ ନିଧିଙ୍କ ସହ ଥିଲେ। ଶନିବାର ସନ୍ଧ୍ୟାରେ ରୋହିଣୀର ଏକ ହୋଟେଲ୍‌ରେ ନୂଆବର୍ଷ ପାର୍ଟି ଚାଲିଥିଲା। ‌ଉଭୟ ଅଂଜଳି ଏବଂ ତାଙ୍କ ସାଙ୍ଗ ଏହି ପାର୍ଟିରେ ଯୋଗ ଦେଇଥିଲେ। ତେବେ ପାର୍ଟି ଶେଷ ହେବା ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଏହାପରେ ନିଧିଙ୍କୁ ଗାଡ଼ି ପଛରେ ବସାଇ ଅଞ୍ଜଳି ଗାଡ଼ି ଚଳାଇଥିଲେ। ନିଧି କହିଛନ୍ତି, କିଛି ସମୟ ପରେ ଏକ କାର୍‌ ଆସି ସ୍କୁଟିକୁ ପିଟି ଦେଇଥିଲା। ଫଳରେ ସେମାନେ ତଳେ ଛିଟିକି ପଡ଼ିଥିଲେ। ଅଞ୍ଜଳିଙ୍କ ଗୋଡ଼ କାର୍‌ରେ ଚକା ମଝିରେ ଲାଖି ଯାଇଥିଲା। ଦୁର୍ଘଟଣା ପରେ ଅଞ୍ଜଳି ଖୁବ୍‌ ଜୋର ଚିତ୍କାର କରିଥିଲେ ମଧ୍ୟ କାର୍‌ ଡ୍ରାଇଭର ଏବଂ କାର୍‌ରେ ଥିବା ଅନ୍ୟମାନେ ଅଟକି ନଥିଲେ। ନିଧି କହିଛନ୍ତି, ସେମାନେ ଜାଣିଶୁଣି ଦୁର୍ଘଟଣା କରିଛନ୍ତି। ଯଦି ସେମାନେ ଗାଡ଼ି ଅଟକାଇ ଅଞ୍ଜଳିକୁ ଗାଡ଼ି ଚକା ତଳୁ ବାହାର କରଥାନ୍ତେ ତେବେ ହୁଏତ ଅଞ୍ଜଳି ବଞ୍ଚିଥାନ୍ତେ। କିନ୍ତୁ ସେମାନେ ଜାଣିଶୁଣି ତାଙ୍କୁ ଅତି ବର୍ବରତାର ସହ ହତ୍ୟା କରିଛନ୍ତି। ନିଧିଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଥିଲା। ସେ ଦୁର୍ଘଟଣା ପରେ ସ୍ଥାନ ଛାଡ଼ି ପଳାଇଥିଲେ ଏବଂ ଭୟରେ ସେ କାହାକୁ କିଛି କହିନଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ