ଅପରାଧ ରାଜ୍ୟ

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ସ୍ୱାମୀ-ସ୍ତ୍ରୀ ମୃତ

ବରଗଡ ୨୩।୦୫ : କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଣେଶ ରାମ ଓ ତାଙ୍କ ପତ୍ନୀ ସନ୍ତୋଷିନୀ ସାହୁ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା ବରପାଲି ଥାନା ସରଣ୍ଡାପାଲି ଗାଁ ଗ୍ରୀଡ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ବରଗଡ଼ କେଶେଇପାଲି ନିଜ ଗାଁକୁ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିଲେ । ଠିକ୍ ଏହି ସମୟରେ ବରପାଲି ଥାନା ସରଣ୍ଡାପାଲି ଗାଁ ଗ୍ରୀଡ୍‌ ନିକଟରେ ଏକ କାର୍‌ଟି ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ସେପଟେ କାର ଚାଳକ ରାହୁଲ ଗୋୟଲଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବରପାଲି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।