ପଟ୍ଟାମୁଣ୍ଡାଇ ୧୮।୬: ଛାତ୍ରକୁ ପଛରୁ ପିଟିଲା କାର୍ । ଘଟଣାସ୍ଥଳରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । କଟକ-ଚାନ୍ଦବାଲି ରାସ୍ତା ବିଲିକଣା ନିକଟରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଅଁରପୁର ଗ୍ରାମର ଜିତେଶ ବେହେରା ପତ୍ରପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା । ଶନିବାର ସକାଳ ୧୦ରେ ସ୍କୁଲ ଯିବା ବାଟରେ ବିଲିକଣା ନିକଟରେ ଏକ କାର୍ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାର ଶିକାର ଛାତ୍ର ଜଣଙ୍କୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରଥିଲେ ।
ନାବାଳକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ଗାଡିଟିକୁ ପିଟି ଭାଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା ଜାରି ରଖିଛି ।