ଖେଳ

କାର୍‌ କଂପାନିକୁ କୋର୍ଟକୁ ଟାଣିଲେ କର୍ମଚାରୀ, କୋଭିଡ୍ ନିୟମ ପାଳନ ହେଉନଥିବା ଅଭିଯୋଗ

ଚେନ୍ନାଇ: କାରଖାନାରେ କୋଭିଡ୍‌-୧୯ ମହାମାରୀ ନେଇ ରହିଥିବା ନିୟମ ଠିକ୍ ଭାବେ ପାଳନ ହେଉନଥିବା ଅଭିଯୋଗ କରି ଏକ କାର୍ କଂପାନି ବିରୋଧରେ କର୍ମଚାରୀ ସଂଘ ତରଫରୁ କୋର୍ଟରେ ମାମଲା ରୁଜୁ କରାଯାଇଛି। ସଂଘ ତରଫରୁ ଅଭିଯୋଗ କରାଯାଇଛି କାରଖାନା ଭିତରେ ସାମାଜିକ ଦୂରତ୍ବ ନିୟମକୁ ଠିକ୍ ଭାବେ ପାଳନ କରାଯାଉନାହିଁ ଓ କଂପାନି ଯେଉଁ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରୁଛି ତାହା ଜୀବନ ପ୍ରତି ରହିଥିବା ବିପଦ ତୁଳନାରେ ବହୁତ କମ୍। କୋର୍ଟରେ ମାମଲାର ଶୁଣାଣି ବେଳେ କାର୍‌ କଂପାନି ତରଫରୁ କୁହାଯାଇଛି ଯେ ଦେଶ ଭିତରର ଓ ରପ୍ତାନି ଚାହିଦା ପୂରଣ କରିବା ଲାଗି ଉତ୍ପାଦନ ଜାରି ରଖିବା ଜରୁରୀ ହୋଇପଡ଼ିଛି।

କାରଖାନାରେ କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରାଯାଉଥିବା କଂପାନି ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି। ଏହି ମାମଲାର ପରର୍ବତୀ ଶୁଣାଣି ମାଡ୍ରାସ ହାଇକୋର୍ଟରେ ଆସନ୍ତା ସୋମବାର ହେବ। ଏଥିରେ ତାମିଲନାଡୁ ସରକାରଙ୍କୁ ମଧ୍ୟ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଯେଉଁ କଂପାନି ବିରୋଧରେ କର୍ମଚାରୀମାନେ ବିଦ୍ରୋହ ଆରମ୍ଭ କରିଛନ୍ତି ତାହା ହେଉଛି ରେନୋ-ନିସାନ। ଏହାର କାରଖାନାରେ ରେନୋ, ନିସାନ ଓ ଡାଟସନ୍ ଗାଡ଼ି ତିଆରି ହେଉଛି। ରେନୋ ଓ ନିସାନ ମଧ୍ୟରେ ସ୍ଥାପନ କରାଯାଇଥିବା ଯୌଥ ଉଦ୍ୟୋଗ ହେଉଛି ରେନୋ-ନିସାନ। ମାମଲା ସମ୍ପର୍କରେ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଏମ୍ ମୂର୍ତୀ କହିଛନ୍ତି ଯେ ଏହା ହେଉଛି ଜୀବନ ବନାମ ଜୀବିକାର ପ୍ରଶ୍ନ। ଆମେ ଚାହୁଛୁ ଯେ କାରଖନାରେ ସାମାଜିକ ଦୂରତ୍ବ ନିୟମ ଠିକ୍ ଭାବେ ପାଳନ କରାଯାଉ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ