ଅପରାଧ ଦେଶ ବିଦେଶ

କାର୍ଲିଫର୍ନିଆରେ ୮ମାସ ଶିଶୁ ସହ ୪ ଭାରତୀୟ ଅପହରଣ, ପୋଲିସ କହିଲା ଏତେ ବଡ କଥା

ନୂଆଦିଲ୍ଲୀ ୦୪।୧୦: ଆମେରିକାର କାଲିଫର୍ନିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୋମବାର ୪ଜଣ ଭାରତୀୟଙ୍କୁ ଅପହରଣ କରାଯାଇଛି। ଏଥିମଧ୍ୟରେ ଏକ ୮ ମାସର ଶିଶୁ କନ୍ୟା ମଧ୍ୟ ସାମିଲ୍ ଅଛନ୍ତି। ଏହି ଘଟଣା କାଲିଫର୍ନିଆର ମର୍ସିଡ୍ କାଉଣ୍ଟିରୁ ଆସିଛି । ନ୍ୟୁଜ୍ ଅନୁଯାୟୀ, ମର୍ସିଡ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟରୁ ସୋମବାର ଏକ ବିବୃତ୍ତିରେ କହିଛି ଯେ ୩୬ ବର୍ଷିୟ ଜସଦୀପ ସିଂ, ୨୭ ବର୍ଷିୟ ଜସଲିନ୍ କୌର, ସେମାନଙ୍କର ଆଠ ମାସର ଝିଅ ଅରୁହି ଏବଂ ୩୯ ବର୍ଷିୟ ଅମରଦୀପ ସିଂଙ୍କୁ ଅପହରଣ କରାଯାଇଛି। ଅପହରଣ କରିଥିବା ସନ୍ଦିଗ୍ଧ ଭୟଙ୍କ ବୋଲି ପୋଲିସ କହିଛି।

ଅନୁସନ୍ଧାନ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଏହି ମାମଲାରେ ଅଧିକ ସୂଚନା ମିଳିପାରି ନାହିଁ। କିନ୍ତୁ ପ୍ରଶାସନ କହିଛି ଯେ ସାଉଥ୍‌ ହାଇୱେ ୫୯ ର ୮୦୦ ବ୍ଲକରୁ ୪ଜଣଙ୍କୁ ଜବରଦସ୍ତ ଅପହରଣ କରାଯାଇଛି। ଖବର ପାଇ ପରିବାରକୁ ଏପରି ଏକ ସ୍ଥାନରୁ ଅପହରଣ କରାଯାଇଛି ଯେଉଁଠାରେ ରିଟେଲର ଏବଂ ରେଷ୍ଟୁରାଣ୍ଟ ରହିଛି। ଏନବିସି ନ୍ୟୁଜ୍ ଅନୁଯାୟୀ ଅଧିକାରୀମାନେ ସନ୍ଦିଗ୍ଧଙ୍କ ନାମ କିମ୍ବା ଅପହରଣ ପଛର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି। ସୋମବାର ଏକ ବିବୃତ୍ତିରେ ପୋଲିସ କହିଛି କି ଆମକୁ ରିପୋର୍ଟ ଆସିଛି, ଆମେ ସନ୍ଦିଗ୍ଧ କିମ୍ବା ପୀଡ଼ିତାଙ୍କ ନିକଟରେ ନପହଞ୍ଚିବାକୁ ଲୋକଙ୍କୁ ଅନୁରୋଧ କରୁଛୁ।

ଏହାପୂର୍ବରୁ ୨୦୧୯ ମସିହାରେ ଭାରତୀୟ ମୂଳ ପ୍ରଫେସନାଲ ତୁଷାର ଆତ୍ରେ ତାଙ୍କ ପ୍ରେମିକାଙ୍କ ମୃତଦେହ କାରରେ ପାଇଥିଲେ। ସେ ଏକ ଡିଜିଟ ମାର୍କେଟିଂ କମ୍ପାନୀର ମାଲିକ ଥିଲେ। କାଲିଫର୍ନିଆର ବିଳାସପୂର୍ଣ୍ଣ ଘରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।ଏହା ପ୍ରଥମ ନୁହେଁ ଆମେରିକାରେ ଭାରତୀୟଙ୍କ ବିରୋଧରେ ଆକ୍ରମଣର ଅନେକ ଘଟଣା ଘଟିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ