ଭୁବନେଶ୍ୱର ୨୬/୧୧ : ବର୍ଷ ୨୦୨୦ର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୩୦ ତାରିଖରେ ଅଛି। ଏହି ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଛି। ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଉପଛାୟା ଗ୍ରହଣ ପଡୁଛି। ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ମଝିକୁ ଆସିଥାଏ। ଯେହେତୁ ଏହା ଉପଛାୟା ଗ୍ରହଣ ଏହାକୁ ଖାଲି ଆଖିରେ ମଧ୍ୟ ଦେଖିହେବ। ଚନ୍ଦ୍ର ଗ୍ରହଣ ପରେ ଡିସେମ୍ବର ୧୪ ତାରିଖରେ ସୂର୍ଯ୍ୟ ପରାଗ ଅଛି। ଏହି ଗ୍ରହଣ ଓ ସୂର୍ଯ୍ୟ ପରାଗ ଭାରତ ଭାରତ ସହ ଅନ୍ୟ ଦେଶମାନଙ୍କରେ ମଧ୍ୟ ଦୃଶ୍ୟମାନ ହେବ। ବର୍ଷର ଏହି ଶେଷ ଗ୍ରହଣ କେଉଁ ସମୟରେ ଏବଂ କେଉଁ କେଉଁ ଦେଶରେ ଦୃଶ୍ୟମାନ ହେବ ଜାଣନ୍ତୁ :
ବର୍ଷର ଏହି ଶେଷ ଚନ୍ଦ୍ର ଗ୍ରହଣ ଉତ୍ତର ଓ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓ ଏସିଆର କିଛି ସ୍ଥାନରେ ଦୃଶ୍ୟମାନ ହେବ।
ଏହି ଚନ୍ଦ୍ର ଗ୍ରହଣ ଅବଧି ୪ ଘଣ୍ଟା ୨୧ ମିନିଟ। ଭାରତରେ ଚନ୍ଦ୍ରମାର ଏକ ଭାଗ ହିଁ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ରହଣ ପାଖାପାଖି ୧.୦୨ ମିନିଟରେ ଆରମ୍ଭ ହେବ ଏବଂ ୫ଟା ୨୩ ମିନିଟରେ ସମାପ୍ତ ହେବ। ଅପରାହ୍ନ ୩ଟା ୧୨ ମିନିଟରେ ଗ୍ରହଣ ଚରମ ସୀମାରେ ରହିବ।
ଜ୍ୟୋତିଷଙ୍କ କହିବାନୁଯାୟୀ ଏହା ଉପଛାୟା ଗ୍ରହଣ ହୋଇଥିବାରୁ ସୂତକ କାଳ ମାନ୍ୟ ହେବନାହିଁ। ସେଥିପାଇଁ ଭାରତରେ ଲୋକ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। କାରଣ ଏହି ଚନ୍ଦ୍ର ଗ୍ରହଣ ଦେଖାଯିବନାହିଁ।
(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)