କଳା ଓ ସଂସ୍କୃତି ରାଜ୍ୟ

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ: ସାଧାରଣ ଦର୍ଶନ ବନ୍ଦ

ପୁରୀ: ପବିତ୍ର କାର୍ତ୍ତିକ ପୂଣ୍ଣିମାରେ କରୋନା କଟକଣା ପାଇଁ ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଛି। ଫଳରେ ବାହାରୁ ପତିତପାବନ ଦର୍ଶନ କରି ଭକ୍ତଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ୁଛି। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜାରାଜେଶ୍ୱର ତଥା ସୁନାବେଶ। କାର୍ତ୍ତିକ ପୁଣ୍ଣିମାରେ ପାରମ୍ପାରିକ ରୀତିନୀତି ଅନୁସାରେ ରତ୍ନସିଂହାସନରେ ସୁନାବେଶରେ ଶ୍ରୀଜିଉଙ୍କ ଦର୍ଶନ ମିଳେ। କିନ୍ତୁ କରୋନା କଟକଣା ପାଇଁ ଏବର୍ଷ ସାଧାରଣ ଦର୍ଶନ ବନ୍ଦ ରହିଛି।

ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ବଢିବା ପରେ ସିଂହାରୀ ସେବାୟତମାନେ ମହାପ୍ରଭୁଙ୍କୁ ସୁନା ବେଶରେ ସଜ୍ଜିତ କରିଥିଲେ। ଭଣ୍ଡାର ମେକାପ ରତ୍ନଭଣ୍ଡାରରୁ ଅଳଙ୍କାର ବାହାର କରିବା ପରେ ସିଂହାରୀ ସେବାୟତମାନେ ମହାପ୍ରଭୁଙ୍କୁ ଲାଗି କରିଥିଲେ। ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜାଇଥାଆନ୍ତି। ଏହି ବେଶରେ ଠାକୁର ମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦିକା,ଶଂଖ, ଚକ୍ର, ହଳ, ମୁଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି ଆଦି ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,