ନୂଆଦିଲ୍ଳୀ ୦୬।୦୬ : ବର୍ତ୍ତମାନ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କରୋନା କାଳରେ ଫସିଛନ୍ତି। ଏହି ସମୟରେ ସାରା ଅଲି ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କାର୍ତ୍ତିକଙ୍କ ବିଷୟରେ ଗୋଲ ଗୋଲ ଘୁରେଇ ଘୁରେଇ କହୁଛନ୍ତି। ଏବେ ସାରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲାଇୟାଁ-୨’ ବକ୍ସ ଅଫିସରେ ଧମାଲକରିଛି। ଶହେ କୋଟି କ୍ଲବରେ ପହଞ୍ଚିବା ଫିଲ୍ମ ହୋଇଛି । ଏହି ସମୟରେ ସାରା ଅଲି ଖାନ ମଧ୍ୟ ଅଭିନେତାଙ୍କୁ ପ୍ରଶଂସା କରିଥିଲେ କିନ୍ତୁ କଥାକୁ ବୁଲେଇକି। ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟାଁ-୨’ କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ସମସ୍ତେ ଫିଲ୍ମରେ ଭଲ କାମ କରିଛନ୍ତି। ଏଥିପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହା ପରେ, ଯେତେବେଳେ ସାରାଙ୍କୁ ପଚରାଗଲା ଯେ ସେ କାର୍ତ୍ତିକଙ୍କୁ ମନେ ପକାଉଛନ୍ତି କି? ଏହା ଶୁଣିବା ମାତ୍ରେ ସାରା ଧନ୍ୟବାଦ ଜଣାଇ କୌଣସି ଉତ୍ତର ନ ଦେଇ ସେଠାରୁ ଚାଲିଯାଇଥିଲେ ।
କହିବା ଗଲେ , ସାରା ଅଲି ଖାନଙ୍କ କ୍ରସ୍ ଥିଲେ କାର୍ତ୍ତିକ ଆର୍ଯ୍ୟନ୍ । ଏ ବିଷୟରେ ସେ ନିଜେ କରଣ ଜୋହରଙ୍କ ଶୋ’ରେ ତାଙ୍କ ବାପା ସୈଫଙ୍କ ଆଗରେ ଏହା ସ୍ୱୀକାର କରିଥିଲେ। ଏହା ପରେ କାର୍ତ୍ତିକ ଏବଂ ସାରା ପ୍ରଥମ ଥର ପାଇଁ ଲଭ ଆଜ୍ କଲ୍ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମ ପରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଖୁବ୍ ଆଲୋଚନା ଜୋରରେ ଧରିଥିଲା, କିନ୍ତୁ ଫିଲ୍ମ ରିଲିଜ୍ ହେବା ପରେ ଦୁହେଁ ପରସ୍ପରଠାରୁ ଦୂରେଇ ଯାଇଥିଲେ ।