ଦେଶ ବିଦେଶ ମନୋରଞ୍ଜନ

କାର୍ତ୍ତିକ ଆର୍ଯ୍ୟନଙ୍କୁ ମିସ୍‌ କରୁଛନ୍ତି ସାରା ! ଭିଡିଓ କହିଲେ ଏମିତି କିଛି

ନୂଆଦିଲ୍ଳୀ ୦୬।୦୬ : ବର୍ତ୍ତମାନ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କରୋନା କାଳରେ ଫସିଛନ୍ତି। ଏହି ସମୟରେ ସାରା ଅଲି ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କାର୍ତ୍ତିକଙ୍କ ବିଷୟରେ ଗୋଲ ଗୋଲ ଘୁରେଇ ଘୁରେଇ କହୁଛନ୍ତି। ଏବେ ସାରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲାଇୟାଁ-୨’ ବକ୍ସ ଅଫିସରେ ଧମାଲକରିଛି। ଶହେ କୋଟି କ୍ଲବରେ ପହଞ୍ଚିବା ଫିଲ୍ମ ହୋଇଛି । ଏହି ସମୟରେ ସାରା ଅଲି ଖାନ ମଧ୍ୟ ଅଭିନେତାଙ୍କୁ ପ୍ରଶଂସା କରିଥିଲେ କିନ୍ତୁ କଥାକୁ ବୁଲେଇକି। ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟାଁ-୨’ କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ସମସ୍ତେ ଫିଲ୍ମରେ ଭଲ କାମ କରିଛନ୍ତି। ଏଥିପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହା ପରେ, ଯେତେବେଳେ ସାରାଙ୍କୁ ପଚରାଗଲା ଯେ ସେ କାର୍ତ୍ତିକଙ୍କୁ ମନେ ପକାଉଛନ୍ତି କି? ଏହା ଶୁଣିବା ମାତ୍ରେ ସାରା ଧନ୍ୟବାଦ ଜଣାଇ କୌଣସି ଉତ୍ତର ନ ଦେଇ ସେଠାରୁ ଚାଲିଯାଇଥିଲେ ।

କହିବା ଗଲେ , ସାରା ଅଲି ଖାନଙ୍କ କ୍ରସ୍ ଥିଲେ କାର୍ତ୍ତିକ ଆର୍ଯ୍ୟନ୍ । ଏ ବିଷୟରେ ସେ ନିଜେ କରଣ ଜୋହରଙ୍କ ଶୋ’ରେ ତାଙ୍କ ବାପା ସୈଫଙ୍କ ଆଗରେ ଏହା ସ୍ୱୀକାର କରିଥିଲେ। ଏହା ପରେ କାର୍ତ୍ତିକ ଏବଂ ସାରା ପ୍ରଥମ ଥର ପାଇଁ ଲଭ ଆଜ୍‌ କଲ୍‌ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମ ପରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଖୁବ୍‌ ଆଲୋଚନା ଜୋରରେ ଧରିଥିଲା, କିନ୍ତୁ ଫିଲ୍ମ ରିଲିଜ୍ ହେବା ପରେ ଦୁହେଁ ପରସ୍ପରଠାରୁ ଦୂରେଇ ଯାଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ