ମୁମ୍ବାଇ ୨୫।୦୬: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ୍ ଭୁଲେୟାଁ -୨ ଗତ ମାସରେ ରିଲିଜ୍ ହୋଇଥିଲା । ଏପର୍ଯ୍ୟନ୍ତ ଫିଲ୍ମଟିର କ୍ରେଜ୍ ଚାଲିଛି । ସେ ତା’ର ରୋଜଗାର ଜାରି ରଖିଛି। ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଦର୍ଶକମାନେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି । ଏପର୍ଯ୍ୟନ୍ତ ପିଲ୍ମଟି ୧୮୦ କୋଟିରୁ ଅଧିକ ରୋଜଗାର କରିଛି। କିନ୍ତୁ କାର୍ତ୍ତିକ ଅପେକ୍ଷା କରିଛନ୍ତି ଯେ ଫିଲ୍ମଟି ୨୦୦ କୋଟି ଅତିକ୍ରମ କରିବ। ଫିଲ୍ମର ସଫଳତା ପାଇଁ କାର୍ତ୍ତିକଙ୍କୁ ଶ୍ରେୟ ଦିଆଯାଇ ଖୁବ୍ ପ୍ରଶଂସା କରୁଛନ୍ତି । ଏହି କାରଣରୁ ନିର୍ମାତା ଭୂଷଣ କୁମାର କାର୍ତ୍ତିକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ବାସ୍ତବରେ କାର୍ତ୍ତିକ ଭୂଷଣ କୁମାର ଏବଂ ତାଙ୍କ ଉପହାର ସହିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କାର୍ତ୍ତିକ ଏବଂ ଭୂଷଣ କୁମାର ଏକାଠି ଠିଆ ହୋଇଛନ୍ତି ଏବଂ ପଛରେ କାର ରହିଛି । କାର୍ତ୍ତିକ ଫଟୋର କ୍ୟାପସନରେ ଲେଖିଛନ୍ତି, ଚାଇନିଜ୍ ଖାଦ୍ୟ ପାଇଁ ଏକ ନୂଆ ଟେବୁଲ୍ ଉପହାର ପାଇଛି । ମୁଁ ଶୁଣିଥିଲି ଯେ ପରିଶ୍ରମର ଫଳ ମିଠା, କିନ୍ତୁ ଜାଣି ନଥିଲି ଯେ ଏହା ଏତେ ବଡ ହେବ। ମୋ ପାଖରେ ଭାରତର ପ୍ରଥମ ମ୍ୟାକ୍ଲେରେନ୍ ଜିଟି। ପରବର୍ତ୍ତୀ ଗିଫ୍ଟ ପ୍ରାଇଭେଟ୍ ଜେଟ୍ ସାର୍ । ତେବେ କାରଟି ସାଧାରଣ ନୁହେଁ ଏହା Mclaren gt । ଯାହାର ମୂଲ୍ୟ ୩ କୋଟିରୁ ଅଧିକ। ଏହା ହେଉଛି ପ୍ରଥମ କାର ଯାହା ଭାରତରେ ପହଞ୍ଚିଛି ।
କାର୍ତ୍ତିକ ବର୍ତ୍ତମାନ ଶେହଜାଦା, କ୍ୟାପଟେନ ଇଣ୍ଡିଆ, ସତ୍ୟନାରାୟଣ କି କଥା ଏବଂ ଫ୍ରେଡି ଚଳଚ୍ଚିତ୍ରରେ ନଜର ଆସିବେ। କାର୍ତ୍ତିକ କ୍ୟାପଟେନ ଇଣ୍ଡିଆ ମାଧ୍ୟମରେ ପ୍ରଥମ ଥର ପାଇଁ କ୍ୟାପଟେନ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ କାର୍ତ୍ତିକ ଏବଂ କିଆରାଙ୍କ ଯୋଡିକୁ ପୁଣି ଥରେ ସତ୍ୟନାରାୟଣ କି କଥାରେ ଦେକିବାକୁ ମିଳିବ ।

