ଅପରାଧ ରାଜ୍ୟ

କାର୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରେଲର, ୨ ଆହତ

ଜାମଗାଁ ୧୧।୭: ଜାତୀୟ ରାଜପଥ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ ସାହାସବଗା ଛକରେ କୋଇଲା ବୋଝେଇ ଟ୍ରେଲର ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରେଲର ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇ ଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ସାଢେ ୮ଟା ସମୟରେ ଓଆର୨୩ଡି୪୯୦୯ ନମ୍ବର ବିଶିଷ୍ଟ ଏକ କାର୍ ଝାରସୁଗୁଡା ପଟୁ କନକତୋରା ଅଭିମୁଖେ ଯାଉଥିଲା । ସେହି ଦିଗରୁ ଆସୁଥିବା ଓଡ଼ି୦୨ବିଜି୬୯୬୬ ନମ୍ବରର ଏକ କୋଇଲା ବୋଝେଇ ଟ୍ରେଲର କାର୍‌କୁ ଧକ୍କା ଦେଇଥିଲା । ଫଳରେ କାର୍‌ର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି । କାର୍‌ରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି । ଆହତ ୨ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେମାନେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।