ଲମତାପୁଟ ୨୫।୦୯ : ପୋଲିସକୁ ପୁଣି ସଫଳତା । କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ମାଫିଆ ଫେରାର ହୋଇଯାଇଛନ୍ତି। ବାହାର ରାଜ୍ୟରୁ ଆସୁଛନ୍ତି ଗଞ୍ଜେଇ ମାଫିଆ ।

କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସ ରାତିରେ ପାଟ୍ରୋଲିଂ କରିବା ସମୟରେ ଏକ ନମ୍ବର ବିହୀନ କାର୍ ପଞ୍ଚର ହୋଇ ବାଡ଼ପଡା ଗାଁ ନିକଟ ମୁଖ୍ୟ ରାସ୍ତାରେ ରହିଥିବା ଦେଖିବାକୁ ପାଇଥିଲା । ପୋଲିସ ସନ୍ଦେହ କରି କାର ନିକଟରେ ଦୀର୍ଘ ସମୟ ଅପେକ୍ଷା କରିଥିଲା । କିନ୍ତୁ କେହି ନଆସିବା ଦେଖି କାରଟିକୁ ଲମତାପୁଟ ଫାଣ୍ଡିକୁ ଆଣିଥିଲା ପୋଲିସ ।

ଏହାପରେ ସ୍ଥାନୀୟ ମାଜିଷ୍ଟେଡଙ୍କ ଉପସ୍ଥିତିରେ ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ୩ ଟି ବସ୍ତାରୁ ବିପୁଳ ଗଞ୍ଜେଇ ବାହାରିଥିଲା । କାରରୁ ପ୍ରାୟ ୮୦ କେଜି ଗଞ୍ଜେଇ ମିଳିଥିବା ବେଳେ ଏହାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ମାଛକୁଣ୍ଡ ପୋଲିସ ଚଳିତ ବର୍ଷ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ୨୨ଟି ଗଞ୍ଜେଇ ଚୋରା ଚାଲାଣ ମାମଲା ରୁଜୁ କରିଥିବା ବେଳେ ୪୦ ଜଣଙ୍କୁ ଗିରଫ କରିଛି । ଏବଂ ୧୧ ଟନ୍ ରୁ ଅଧିକ ଗଞ୍ଜେଇ ଜବତ କରିଛି । ଚୋରା ଚାଲାଣରେ ବ୍ୟବହାର ହୋଇଥିବା ୧୬ ଟି ଗାଡ଼ି ମଧ୍ୟ ଜବତ କଲାଣି ମାଛକୁଣ୍ଡ ପୋଲିସ ।