ଖେଳ ଦେଶ ବିଦେଶ

କାମ ଦେଲାନି ବାବରଙ୍କ ବ୍ୟାଟିଂ : ୨୪୬ ରନରେ ଦ୍ୱିତୀୟ ଟେଷ୍ଟ୍ ଜିତିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ ୨୯/୦୭: ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶର ଲୋକେ ଖାଦ୍ୟ ଓ ପେଟ୍ରୋଲ ପାଇଁ ସଙ୍ଘର୍ଷ କରୁଛନ୍ତି । ଏହାମଧ୍ୟରେ ଅଷ୍ଟ୍ରେଲିଆ ଓ ପରେ ପାକିସ୍ତାନ କ୍ରିକେଟ୍ ଟିମ୍ ଶ୍ରୀଲଙ୍କା ଗସ୍ତ କରିଛି । ପାକିସ୍ତାନ ସହ ଏବେ ମୁକାବିଲା ଖେଳୁଛି ସିଂହଳୀ ଦେଶ । ପ୍ରଥମେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିବା ଶ୍ରୀଲଙ୍କା ଏବେ ପାକିସ୍ତାନକୁ ସିରିଜର ଦ୍ୱିତୀୟ ମ୍ୟାଚରେ ୨୪୬ ରନରେ ପରାସ୍ତ କରିଛି । ଏହା ପାକିସ୍ତାନ ଉପରେ ଶ୍ରୀଲଙ୍କାର ବଡ ବିଜୟ ।

ଉଭୟ ଦଳ ମଧ୍ୟରେ ଟେଷ୍ଟ ୧-୧ରେ ଡ୍ର ହୋଇଯାଇଛି । ମ୍ୟାଚର ଦ୍ୱିତୀୟ ଇନିଂସରେ ପାକିସ୍ତାନ ଅଧିନାୟକ ବାବର ଆଜମ ଦଳକୁ ଜିତାଇବା ପାଇଁ ପୁରା ଜୋର୍ ଲଗାଇ ଦେଇଥିଲେ । କିନ୍ତୁ ଶ୍ରୀଲଙ୍କା ସ୍ପିନର ପ୍ରଭାତ ଜୟସୂର୍ଯ୍ୟା ତାଙ୍କ ଉପରେ ଭାରି ପଡିଥିଲେ । ପ୍ରଭାତ ୫ ଓ୍ୱିକେଟ୍ ନେଇ ପାକିସ୍ତାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସ୍ପିନର ରମେଶ ମେଣ୍ଡିସ ମଧ୍ୟ ୪ ଓ୍ୱିକେଟ୍ ନେଇଥିଲେ ।

ମ୍ୟାଚରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୩୭୮ ରନ୍ କରିଥିଲା । ଜବାବରେ ପାକିସ୍ତାନ ୨୩୧ ରନରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ପାଳିରେ ରମେଶ ୫ ଓ ପ୍ରଭାତ ୩ ୱିକେଟ୍ ନେଇଥିଲେ । ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ୩୬୦ ରନ୍ କରି ପାକିସ୍ତାନକୁ ୫୦୮ ରନର ଟାର୍ଗେ୍ଟ୍ ଦେଇଥିଲା । ହେଲେ ପାକିସ୍ତାନ ୨୬୧ ରନରେ ଅଲଆଉଟ୍ ହୋଇଯାଇଥିଲା ।। ବାବର ଆଜମ ୮୧ ରନ୍ କରିଥିଲେ ବି ତାହା ଦଳର ବିଜୟ ପାଇଁ କାଫି ନଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ