ରାଜ୍ୟ ସ୍ପେଶାଲ ରିପୋର୍ଟ

କାମ୍ପାରେ ଖର୍ଚ୍ଚ ହେବ ୧୦୮୫ କୋଟି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ୨୦୨୩-୨୪ ଆର୍ଥିକ ବର୍ଷରେ କ୍ଷତିପୂରଣ ବୃକ୍ଷରୋପଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ(କାମ୍ପା) ଯୋଜନାରେ ୧୦୮୪.୯୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। କାମ୍ପା ଷ୍ଟିୟରିଂ କମିଟି ବୈଠକରେ ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯିବା ସହ କେନ୍ଦ୍ର ସରକାରଙ୍କ ବିଚାର ପାଇଁ ପଠାଇବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନା ମାଧ୍ୟମରେ ଓଡ଼ିଶା‌ରେ ବ୍ୟାପକ ବନୀକରଣ ସାଙ୍ଗକୁ ପୁରୁଣା ବନୀକରଣର ରକ୍ଷଣାବେକ୍ଷଣ, ବନାଗ୍ନିରୁ ଜଙ୍ଗଲକୁ ସୁରକ୍ଷା, ବାଉଁଶ ଜଙ୍ଗଲ ସୃଷ୍ଟି, ଜଙ୍ଗଲ ଜମିର ମାଟି ଓ ଆର୍ଦ୍ରତାର ସଂରକ୍ଷଣ, ବନ୍ୟପ୍ରାଣୀ ପରିଚାଳନା, ଜଙ୍ଗଲରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର, ଜଙ୍ଗଲ ଭିତ୍ତିଭୂମିର ବିକାଶ, ତାଲିମ ଓ ଗବେଷଣା, ଦକ୍ଷତା ବିକାଶ, ଜଙ୍ଗଲ ଆଇଟି ଆଣ୍ଡ୍‌ ଜିଆଇଏସ୍‌, ୧୮ମାସିଆ ଚାରା ସୃଷ୍ଟି, ଲୋକଙ୍କ ମଧ୍ୟରେ ସଚେତନତା, ମନିଟରିଂ ଓ ସମୀକ୍ଷା, ସମସ୍ତ ଜଙ୍ଗଲ ଅଞ୍ଚଳର ଡିଜିପିଏସ୍‌ ସର୍ଭେ ଆଦି କାର୍ଯ୍ୟକ୍ରମ କରାଯିବ।

ମୁଖ୍ୟ ଶାସନ ସଚିବ ସୁ‌ରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାମ୍ପା ବୈଠକରେ ବନ୍ୟଜନ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ବା‌ରୋପ କରାଯାଇଥିଲା। ବ୍ୟାଘ୍ର ଅଭୟାରଣ୍ୟରୁ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ଉପରେ ପ୍ରାଥମିକତା ଦିଆଯାଇଥିଲା। ଏଥିସହ ବନ୍ୟପ୍ରାଣୀ ଡିଭିଜନ୍‌ସ୍ତରରେ ପ୍ରତିଦିନ ଯେପରି ମନିଟରିଂ କରାଯାଇପାରିବ ସେଥିପାଇଁ ଭିଏଚ୍‌ଏଫ୍‌ ନେଟ୍‌ୱାର୍କିଂକୁ ଅଧିକ ସୁଦୃଢ଼ କରିବା, ଜଙ୍ଗଲ ଶ୍ରମିକଙ୍କୁ ଏମ୍‌ଜିଏନ୍‌ଆରଇଜିଏସ୍‌ ମାଧ୍ୟମରେ ଗ୍ରାମ ପଞ୍ଚାୟତ ସ୍ତରରେ ୧୦୦ ଦିନର କାମକୁ ସୁନିଶ୍ଚିତ କରିବାକୁ କୁହାଯାଇଛି। ମଣିଷ-ବନ୍ୟଜନ୍ତୁ ବିବାଦ ରୋକିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ ଅଧୀନ ସମସ୍ତ ରାଜସ୍ବ ଜଙ୍ଗଲକୁ ଚିହ୍ନଟ କରିବା ସହ ହାତୀ କରିଡର୍‌ ବିକାଶ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ କାମ୍ପା ଟ୍ରାକର୍‌ଙ୍କ ଦ୍ବାରା ବନୀକରଣ କାର୍ଯ୍ୟକ୍ରମକୁ ମନିଟରିଂ କରାଯାଉଛି। ବରିଷ୍ଠ ଅଧିକାରୀମାନେ ପ୍ରତି ୬ମାସରେ ସାଟେଲାଇଟ୍‌ରୁ ସଂଗୃହୀତ ତଥ୍ୟକୁ ଯାଞ୍ଚ କରୁଛନ୍ତି। ୫ବର୍ଷିଆ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ ଲାଗି ବିଭାଗୀୟ ଅଧିକାରୀଙ୍କ ଯୁଗ୍ମ ବୈଠକ ଅନୁଷ୍ଠିତ ହେଉଥିବା ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। କାମ୍ପା ସିଇଓ ପ୍ରଦୀପ ରାଜ କରାଟ୍‌ ବୈଠକରେ ସାମିଲ ହୋଇ ୨୦୨୩-୨୪ ଆର୍ଥିକ ବର୍ଷରେ କାମ୍ପା ବାର୍ଷିକ ଯୋଜନାରେ ୧୦୮୪.୯୪ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ପ୍ରସ୍ତାବ ରଖିଥିଲେ। ଜଙ୍ଗଲ, ପରିବେଶ ଓ ଜଳବା‌ୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଯୋଗଦେଇ ବନାଗ୍ନି ରୋକିବା ଉପରେ ଗୁରୁତ୍ବ ଦେଇଥିଲେ। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ଯୋଜନା ପ୍ରସ୍ତୁତ କରି ତାହାକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଇବାକୁ କହିଥିଲେ। ଏଥିସହ ସମସ୍ତ ରାଜସ୍ବ ଜଙ୍ଗଲ ଅଞ୍ଚଳର ରାସ୍ତାଗୁଡ଼ିକର ବିକାଶ ଲାଗି ୫ବର୍ଷିଆ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ପିସିସିଏଫ୍‌ ଦେବୀଦତ୍ତ ବିଶ୍ବାଳ, ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶିଲ୍‌ କୁମାର ପୋପଲି, ପିସିସିଏଫ୍‌(ନୋଡାଲ) ସୁଶାନ୍ତ ନନ୍ଦ, ବିଭାଗୀୟ ଅତିରିକ୍ତ ସଚିବ ଦେବେନ୍‌ ପ୍ରଧାନ, କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅଧିକାରୀ ପଦ୍ମା ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।