ଅପରାଧ ରାଜ୍ୟ

କାନ୍ଥ ତାଡି ଲୁଟ୍, ସିନ୍ଧି କରି ଏଟିଏମରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଢେଙ୍କାନାଳ ୦୩/୧୦: ଆଗରେ ଲାଗିଛି ସିସିଟିଭି । ଆଉ ତାଲା ବି ଝୁଲୁଛି । ମାତ୍ର ପଛ ପଟ ମେଲା କରି ଲୁଟେରା ଲୁଟିନେଲେ ଟଙ୍କା । ଏପରିସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ର ପୁର ଛକରେ । ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନା ସମ୍ମୁଖରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ କୁ ମେସିନ ଭାଙ୍ଗି ଗତକାଲି ରାତିରେ ଲୁଟେରା ମାନେ ସମସ୍ତ ଟଙ୍କା ଲୁଟିନେଇଥିବା ଜଣାପଡିଛି ।

ସଠିକ କେତେ ଟଙ୍କା ଲୁଟ ହୋଇଛି ତାହା ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ତେବେ ଲୁଟେରା ମାନେ ଅନ୍ୟୁନ ୧୦ଲକ୍ଷ ଟଙ୍କା ଲୁଟି ନେଇଥିବା ଅନୁମାନ କରାଯାଇଛି । ଏଟିଏମ ସମ୍ମୁଖରେ ସିସିଟିଭି ରହିଛି । ସମ୍ମୁଖ ସର୍ଟର କାଚ୍ ଗେଟ ତାଲା ମଧ୍ୟ ସୁରକ୍ଷିତ ରହିଛି । ମାତ୍ର ଲୁଟେରା ମାନେ ଏଟିଏମ ପଛ ପଟୁ କାନ୍ଥରେ ସିନ୍ଧି କରି ପଶିଥିବା ବେଳେ ଏଟିଏମ ମେସିନକୁ ତାଡି ଭାଙ୍ଗିବାପରେ ଟଙ୍କା ସବୁକୁ ଲୁଟିନେଇଥିବା ଜଣାପଡିଛି ।

ଖବର ପାଇ ଗଁନ୍ଦିଆ ପୁଲିସ ପହଂଚି ଏଟିଏମ ଭିତର ସିସିଟିଭି ଫୁଟେଜ ଓ ପୁଲିସ ଫରେନଶୀକ ଟିମ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି । ତେବେ ତୁଟେରା ମାନଙ୍କର କୌଣସି ପତା ମିଳିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।