ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ ପରେଡ୍‌

ନୂଆଦିଲ୍ଲୀ : କାନାଡ଼ାରେ ରହୁଥିବା ଖଲିସ୍ତାନୀ-ସପକ୍ଷବାଦୀମାନେ କାନାଡ଼ାର ବ୍ରାମ୍ପଟନ ସହରରେ ଏକ ୫ କିମି ଦୀର୍ଘ ପରେଡ୍‌ରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଘଟଣାକୁ ଦର୍ଶାଉଥିବା ଏକ ମେଢ଼ ପ୍ରଦର୍ଶନ କରିଛନ୍ତି। ଏହି ମେଢ଼ ପ୍ରଦର୍ଶନର ଭିଡିଓ ଜାରି ହେବା ପରେ ଖଲିସ୍ତାନୀ ସମର୍ଥକଙ୍କ ଏଭଳି କାର୍ଯ୍ୟକୁ ସୋସିଆଲ ମିଡ଼ିଆରେ ତୀବ୍ର ସମାଲୋଚନା କରାଯାଇଛି।

ଅପରେସନ ବ୍ଲୁ ଷ୍ଟାରର ୩୯ତମ ବାର୍ଷିକୀର କିଛିଦିନ ପୂର୍ବରୁ ଜୁନ୍ ୪ ତାରିଖରେ ଏହି ଭିଡ଼ିଓ ଜାରି କରାଯାଇଛି। ଅପରେସନ ବ୍ଲୁ ଷ୍ଟାରରେ ଇନ୍ଦିରା ଗାନ୍ଧିଙ୍କ ନିର୍ଦ୍ଦେଶରେ ଭାରତୀୟ ସେନା ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପ୍ରବେଶ କରି ଜର୍ଣ୍ଣେଲ ସିଂହ ଭିନ୍ଦ୍ରନୱାଲେ ଓ ଅନ୍ୟ ଉଗ୍ରପନ୍ଥୀଙ୍କୁ ନିପାତ କରିଥିଲେ। ଏହାପରେ ଦୁଇଜଣ ଶିଖ୍ ଦେହରକ୍ଷୀଙ୍କ ଦ୍ବାରା ଇନ୍ଦିରା ଗାନ୍ଧିଙ୍କୁ ଅକ୍ଟୋବର ୩୧, ୧୯୮୪ରେ ହତ୍ୟା କରାଯାଇଥିଲା।

ଏହି ଭିଡ଼ିଓ ଜାରି ପରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଦେଶ ମାଟିରେ ଖଲିସ୍ଥାନୀ-ସପକ୍ଷବାଦୀଙ୍କ କାର୍ଯ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଆତଙ୍କବାଦୀ ଓ ସେମାନଙ୍କ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା କାନାଡ଼ା ସରକାରଙ୍କୁ ଭାରତ କଡ଼ା ଜବାବ ଦେଉ ବୋଲି ସେମାନେ ଦାବି କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ଯୁକ୍ତିଯୁକ୍ତ ବୋଲି କୁହାଯାଇ ପାରିବ ନାହିଁ ବୋଲି ସେମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ