ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କାନବେରାରେ ମହାପ୍ରଭୁଙ୍କ ଘୋଷଯାତ୍ରା

କାନବେରା: ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶତମ ପବିତ୍ର ରଥଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏଠାରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ୍) ଏବଂ ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦ ସହଯୋଗ କରିଥିଲେ। ବଡ଼ିଭୋର୍‌ରୁ ପୂଜକ ଆଚାର୍ଯ୍ୟ ପ୍ରକାଶ ପାଣ୍ଡେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସବୁ ନୀତିକାନ୍ତି ସାରିବା ପରେ ସକାଳ ୧୦ଟା ବେଳେ ଦିଅଁମାନଙ୍କର ପହଣ୍ଡି ବିଜେ ହୋଇଥିଲା। ଅଷ୍ଟ୍ରେଲିଆନ କ୍ୟାପିଟାଲ ଟେରିଟୋରୀ(ଏ.ସି.ଟି) କାନବେରାର ମୁଖ୍ୟମନ୍ତ୍ରୀ ଆଣ୍ଡ୍ରୁ ବାରଙ୍କ ପ୍ରତିନିଧି ଦୀପକ ରାଜ ଗୁପ୍ତା ପାରମ୍ପରିକ ଛେରା ପହଁରା କାର୍ଯ୍ୟ କରିଥିଲେ। ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନି ସହ ଭଜନ କୀର୍ତ୍ତନର ମୃଦ୍ୟୁମନ୍ଦ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ଦିନ ୧୧ ଟା ବେଳେ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଫ୍ଲୋରିର ରାଜରାସ୍ତାରେ ଭକ୍ତମାନଙ୍କ ଗହଣରେ ଗଡ଼ି ଚାଲିଥିବା ଅନନ୍ୟ ଓ ଅପରୂପ ରଥଟିକୁ ୨କି.ମି ପର୍ଯ୍ୟନ୍ତ ଟାଣି ନିଆଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ଚଳିତ ବର୍ଷ ଘୋଷଯାତ୍ରାରେ କାନବେରାର ଅଧିବାସୀଙ୍କ ସମେତ ସୁଦୂର ସିଡନୀ, ବ୍ରିସବେନ ଏବଂ ମେଲବର୍ଣ୍ଣରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତମାନେ ସପରିବାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ରାଷ୍ଟ୍ରଦୂତଙ୍କର ପ୍ରତିନିଧି କାଉନସିଲର ନରେନ୍ଦ୍ର ରାଣା, ଏ.ସି.ଟି ବିଧାନସଭାର ସଦସ୍ୟ ଜୋ କ୍ଲେ ଓ ଆଣ୍ଡ୍ରୁ ବ୍ରାଡକ୍ ଏବଂ କାନବେରାସ୍ଥିତ ଓଡ଼ିଆ ସମ୍ପ୍ରଦାୟର ମୁଖ୍ୟ ରୋଜାଲିନ୍‌ ରାଉତ ପ୍ରମୁଖ ସାମିଲ ହୋଇଥିଲେ। ଘୋଷଯାତ୍ରା ଉତ୍ସବକୁ ବିପୁଳ ଭାବେ ସଫଳ କରାଇବାରେ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରର ସଭାପତି ପ୍ରକାଶ ମେହେଟ୍ଟା, ସମ୍ପାଦକ ତରୁଣ ଅଗସ୍ତି, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ପୂର୍ବତନ ସଭାପତି ଡ. ନଳିନୀ ପତି, ଓରିଓଜ ଇଙ୍କର କାର୍ଯ୍ୟକାରୀ କମିଟିର ପ୍ରତିନିଧି ମମତାଜ ଲେଙ୍କା, ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦର ସଭାପତି ସନ୍ତୋଷ ଗୁପ୍ତା, ସ୍ଥାନୀୟ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ, ଓରିଓଜ, ହିନ୍ଦୁ ପରିଷଦ ଆଦି ସଂଗଠନର କର୍ମକର୍ତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ