ଅପରାଧ ଦେଶ ବିଦେଶ

କାନପୁର ହିଂସାକାଣ୍ଡ : ପୋଷ୍ଟର ଲାଗିବା ପରେ ଆତ୍ମସମର୍ପଣ କଲା ନାବାଳକ

ନୂଆଦିଲ୍ଲୀ, ୦୭/୦୬: କାନପୁର ହିଂସାକାଣ୍ଡକୁ ୫ ଦିନ ବିତିଲାଣି । ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ବଡ ପଦକ୍ଷେପ ନେଇଛି। ସୋମବାର ହିଂସାରେ ସାମିଲ ୪୦ ଜଣ ଅଭିଯୁକ୍ତଙ୍କ ପୋଷ୍ଟର ଜାରି କରିଥିଲା କାନପୁର ପୋଲିସ । ଘଟଣା ସମୟର ସିସିଟିଭି ଏବଂ ଭିଡିଓ ଫୁଟେଜକୁ ଆଧାର କରି ସନ୍ଦିଗ୍ଧମାନଙ୍କ ଫଟୋ ଜାରି କରାଯାଇଥିଲା । ଏହାସହ ଅଭିଯୁକ୍ତଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅପିଲ କରାଯାଇଥିଲା । ତେବେ ପୋଷ୍ଟର ମରାଯିବା ପରେ ଅଭିଯୁକ୍ତ ନିଜେ ଆତ୍ମସମର୍ପଣ ପାଇଁ ଥାନାରେ ପହଁଚିଛନ୍ତି । ସୋମବାର ବିଳମ୍ବିତ ରାତ୍ରରେ ଜଣେ ନାବାଳକ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି ।

ଅଭିଯୁକ୍ତ ନାବାଳକ କର୍ଣ୍ଣେଲଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ । ତାର ନାମ ପୋଷ୍ଟରରେ 13 ନମ୍ବରରେ ଥିଲା । ପୋଲିସ ସୋମବାର ସନ୍ଧ୍ୟାରେ ଅଭିଯୁକ୍ତର ବଡ ଭାଇକୁ ଅଟକ ରଖିବା ପରେ ନାବାଳକ ନିଜେ ଆତ୍ମସମର୍ପଣ କରିଥିଲା ।

ପୋଷ୍ଚର ଲଗାଇଥିଲା ୟୁପି ପୋଲିସ

ଏହା ତୃତୀୟ ଘଟଣା ଯେତେବେଳେ ହିଂସାରେ ସାମିଲ ଅଭିଯୁକ୍ତଙ୍କ ଫଟୋକୁ ସର୍ବାଜାନୀନ ସ୍ଥାନରେ ହୋଡିଂ ମାଧ୍ୟମରେ ଲଗାଯାଇଥିଲା। ୨୦୧୫ରେ ପ୍ରଥମ ଥର ପାଇଁ ଏହିପରି ହୋଡିଂ ସିସାମାଓରେ ଲଗାଯାଇଥିଲା। ଏହାପରେ ୨୦୧୯ ଡିସେମ୍ୱର ମାସରେ ସିଏଏ ବିରୋଧୀ ହିଂସା ସମୟରେ ଅଭିଯୁକ୍ତଙ୍କ ପୋଷ୍ଟର ସାର୍ବଜାନୀନ ସ୍ଥାନରେ ମରାଯାଇଥିଲା । ପରେ ୨୦୨୦ ମାର୍ଚ୍ଚ ମାସରେ ଅହ୍ଲାବାଦ ହାଇକୋର୍ଟ ସମସ୍ତ ପୋଷ୍ଟର ହଟାଇବା ପାଇଁ ଜିଲ୍ଲା ଅଧିକାରୀ ଏବଂ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ସମ୍ୱିଧାନର ଧାରା ୨୧ର ଉଲ୍ଲଂଘନ କରୁଥିବା କୋର୍ଟ କରିଥିଲେ।

ସୂଚନାଯୋଗ୍ୟ, ଜୁନ ୩ରେ କାନପୁରରେ ହୋଇଥିବା ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କୁ ଗିରଫ କରାଯାଇଛି । ଯେଉଁ ପେଟ୍ରୋଲ ପମ୍ପରୁ ଖୋଲାରେ ପେଟ୍ରୋଲରେ କିଣି ଅଣାଯାଇଥିଲା ତାହା ଉପରେ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏଫଆଇଆରରେ ଏସପି ନେତା ନିଜାମ କୁରେଶୀଙ୍କ ନାଁ ମଧ୍ୟ ରହିଛି । ହିଂସାକୁ ଉସକାଇବା ପଛରେ ତାଙ୍କର ହାତ ଥିବା ପୋଲିସ କହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ