ରାଜ୍ୟ

କାଠଯୋଡ଼ି ପାଣି କଳା: ମୂର୍ତ୍ତି ବିସର୍ଜନ ମନା, ଡ୍ରେନ୍ ପାଣି ପାଇଁ ଖୋଲା

କଟକ: କଟକ ସହରର ଦୁଇପଟେ ରହିଛି ମହାନଦୀ ଓ କାଠାଯୋଡ଼ି। କିନ୍ତୁ ଖାନନଗର ନିକଟରେ କାଠଯୋଡ଼ି ଓ ଯୋବ୍ରା ନିକଟରେ ମହାନଦୀ ପାଣି କଳା ହୋଇଗଲାଣି। ସ୍ଥିତି ଏମିତି ଯେ ରିଂ’ ବନ୍ଧରେ ସେହି ବାଟଦେଇ ଯିବାବେଳେ ଚାରିଚକିଆ ଗାଡ଼ିରେ ଯାଉଥିବା ଲୋକଙ୍କୁ ବି ନାକରେ ହାତଦେବାକୁ ପଡୁଛି। ବର୍ଷକ ବାରମାସ ଓ ଦିନର ସବୁସମୟରେ ଡ୍ରେନ୍ ପାଣିକୁ ସିଧାସଳଖ କାଠଯୋଡ଼ି ଓ ମହାନଦୀକୁ ଛାଡ଼ି ଦିଆଯାଉଥିବାରୁ ଏବେ ଏଭଳି ଗୁରୁତର ସ୍ଥିତି ସୃଷ୍ଟି ହୋଇଛି।

ନଈ ପାଣି ପ୍ରଦୂଷିତ ହେବ ବୋଲି ମାଟି ମୂର୍ତ୍ତି ବିସର୍ଜନ କରାଯାଉ ନାହିଁ। ଅସ୍ଥାୟୀ ପୋଖରୀ ନିର୍ମାଣ କରି ମୂର୍ତ୍ତି ବିସର୍ଜନ କରାଯାଉଛି। କିନ୍ତୁ, ଏଠି ନଈ ଭିତରକୁ ସିଧାସଳଖ ଡ୍ରେନ୍ ପାଣି ଛାଡି କି ପ୍ରକାର ପ୍ରଦୂଷଣ ନିୟନ୍ତ୍ରଣ ନିୟମ କାର୍ଯ୍ୟକାରୀ କରାଯାଉଛି ବୋଲି ଏବେ କଟକ ସହରବାସୀ ପ୍ରଶ୍ନ କରୁଛନ୍ତି। ଏ କ୍ଷେତ୍ରରେ ସିଧାସଳଖ ଭାବେ ହାଇକୋର୍ଟ ଓ ଗ୍ରିନ ଟ୍ରିବୁନାଲ୍‌ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଘଂନ ହେଉଛି। କାଠଯୋଡ଼ି ଓ ମହାନଦୀ ପାଣିକୁ ବ୍ୟବହାର କରୁଥିବା ଲୋକ ବିଭିନ୍ନ ରୋଗରେ ସଂକ୍ରମିତ ବି ହେଉଛନ୍ତି। ‘ସମ୍ବାଦ’ ପକ୍ଷରୁ କଟକ ସଂସ୍କରଣ ସ୍ବନକ୍ଷତ୍ର ଆଲୋଚନାଚକ୍ର ‘କେତେ ସ୍ମାର୍ଟ ଆମ କଟକ?’ ରେ ଭାଗ ନେଇ ଏ ପ୍ରସଙ୍ଗରେ କଟକ ସାଂସଦ ଭର୍ତ୍ତୃହରି ମହତାବ ମତ ରଖିବା ଘଟଣା ପ୍ରଶାସନକୁ ଅକଳରେ ପକାଇଛି। ସାଂସଦ ଶ୍ରୀ ମହତାବ କହିଥିଲେ, ‘କାଠଯୋଡ଼ି ରିଂ ବନ୍ଧରେ ଯିବା ଆସିବା କଲା ବେଳେ ଖାନନଗର ରେଳ ପୋଲ ପାଖାପାଖି ପହଞ୍ଚିଲେ ଚାରି ଚକିଆ ଗାଡ଼ିରେ ଯାଉଥିବା ଲୋକ ବି ନାକରେ ହାତ ଦେଉଛନ୍ତି।

ଯେଉଁ ବାଟେ ସହରର ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ହୋଇଥିଲା, ତାହାକୁ ଡ୍ରେନରେ ପରିଣତ କରି ଡ୍ରେନ୍ ପାଣି ସିଧାସଳଖ କାଠଯୋଡ଼ିକୁ ଛଡାଯାଉଛି। ୨୦୦୦ ମସିହାରେ ସମୀର ଦେ ନଗର ଉନ୍ନୟନ ମନ୍ତ୍ରୀ ଥିବା ସମୟରେ ଓ ପରେ ଜ୍ଞାନ ଦାସ କଟକ ପୌର ନିଗମର କମିସନର ଥିବା ବେଳେ ଉକ୍ତ ଡ୍ରେନ୍‌କୁ ପୋତି ଦେବାକୁ ପ୍ରସ୍ତାବ ଦେଇଥିଲି। କାରଣ ବର୍ତ୍ତମାନ ତାହାର ଆବଶ୍ୟକତା ନାହିଁ। ଡ୍ରେନ୍ ପାଣି ମତ୍ତଗଜପୁର ଯାଇ ସେଠ‌ାରେ ବିଶୋଧିତ ହୋଇ କାଠଯୋଡ଼ିରେ ମିଶିବା ବ୍ୟବସ୍ଥା ରହିଛି। ଏହି ଡ୍ରେନକୁ ପୋତି ଦେଲେ ଯେଉଁ ରାସ୍ତା ସଂପ୍ରସାରଣ ସମସ୍ୟାକୁ ନେଇ ଚିନ୍ତା କରାଯାଉଛି, ତାହାର ବି ସମାଧାନ ହୋଇ ପାରନ୍ତା। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।’ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଥିବା ବେଳେ କଟକ ପୌର ନିଗମ ଏ କ୍ଷେତ୍ରରେ କେତେ ସତର୍କ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।