ରାଜ୍ୟ

କାଠଯୋଡ଼ିକୁ ଡେଇଁ ଦୁଇ ନିଖୋଜ ଘଟଣା: ଉଭୟଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ: କାଠଯୋଡ଼ି ପୋଲ ଉପରେ ମୋବାଇଲ୍‌ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁ ନିଖୋଜ ହୋଇଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ପୁରୀଘାଟ ଥାନାରେ ହାଜର କରାଯାଇଥିଲା ଏବଂ ଏବେ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେଦୁହେଁ ସଂପର୍କରେ ଶଳାଭାଉଜ ଓ ନଣନ୍ଦେଇ ବୋଲି କୁହାଯାଉଛି।

ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଉଭୟ ଦୁଇଜଣ ପାଣିରେ ଭାସିଯାଇଥିବା କୁହାଯାଉଥିଲା। ନିଖୋଜ  ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା ବୋଲି କୁହାଯାଉଥିଲା।

ସୂଚନା ଅନୁସାରେ, କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ପୋଲ ଉପରକୁ ଆଜି ସନ୍ଧ୍ୟାରେ ଦୁଇଜଣ ପହଞ୍ଚିଥିଲେ। ସେମାନେ ପୋଲ ଉପରେ ମୋବାଇଲ ଓ ଆଧାରକାର୍ଡ ରଖିଥିଲେ। ଏହା ପରେ ହଠାତ୍‌ ପାଣିକୁ ଡେଇଁଥିଲେ। ଉଭୟ ପାଣିକୁ ଡେଇଁବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ ମଧ୍ୟ ସେମାନେ କିଛି ଭାବିବା ପୂର୍ବରୁ ଅଘଟଣ ଘଟି ସାରିଥିଲା। ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।