ଅପରାଧ ରାଜ୍ୟ

କାକଟପୁର ଅଞ୍ଚଳରୁ ସାଢେ ୧୧ଲକ୍ଷ ଟଙ୍କାର ଧଳାଜହର ଜବତ, ଜଣେ ଅଭିଯୁକ୍ତ ଗିରଫ

ପୁରୀ ୨୩।୮: ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୧୧ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ କାକଟପୁର ଥାନା ଅଧୀନ ବାଉରି ପୋଖରୀ ଗ୍ରାମର ଉପେନ୍ଦ୍ର ଦାସ ।

ଉଲ୍ଲେଖଯୋଗ୍ୟ ଯେ, ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ବରେ ଏକ ଟିମ୍ କାକଟପୁର ଥାନା ଅଧୀନ ବାଉରି ପୋଖରୀଠାରେ ସୋମବାର ଚଢ଼ାଉ କରିଥିଲା । ସେହି ସମୟରେ ଏହି ଟିମ୍ ଉପେନ୍ଦ୍ର ଦାସକୁ ଗିରଫ କରିଥିଲା । ଅଭିଯୁକ୍ତ ଉପେନ୍ଦ୍ରଠାରୁ ଅବକାରୀ ବିଭାଗ ୧୧୫ ଗ୍ରାମ ବ୍ରାଉନସୁଗାର ସହ ନଗଦ ହଜାରେ ଟଙ୍କା ଜବତ କରିଥିଲା ।

ନିମାପଡା ଅବକାରୀ ଥାନା କେସ୍ ନଂ- ୪୪/୨୨-୨୩ରେ ଅଭିଯୁକ୍ତ ଉପେନ୍ଦ୍ରକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିମ୍ ନାମଞ୍ଜୁର ହେବାରୁ ତାକୁ ନିମାପଡା ଉପ-କାରଗାରକୁ ପଠାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ସବିତା ସାହୁ, ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।