ଅପରାଧ ଦେଶ ବିଦେଶ

କାଉଡିଆଙ୍କ ଉପରେ ମାଡିଗଲା ଡମ୍ପର, ୫ ମୃତ

ନୂଆଦିଲ୍ଲୀ ୨୩/୦୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । କାଉଡିଆଙ୍କ ଉପରେ ମାଡିଗଲା ଡମ୍ପର । ୫ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ହାଥରସରେ ।

ସୂଚନାନୁସାରେ, ହାଥରସ ଥାନା ଦେଇ ଯାଇଥିବା ଆଗ୍ରା ରାସ୍ତାରେ କିଛି କାଉଡିଆ ପାଣି ନେଇ ଯାଉଥିଲେ । ସେମାନେ ନିକଟସ୍ଥ ଶିବ ମନ୍ଦିରରେ ଜଳାଭିଷେକ କରିଥାନ୍ତେ । କିନ୍ତୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ଡମ୍ପର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ହିଁ ୫ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆଗ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, କାଉଡିଆମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ମଧ୍ୟପ୍ରଦେଶର ଗ୍ୱାଲିଅର ଯାଇଥାନ୍ତେ । କିନ୍ତୁ ବାଟରେ ଏପରି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଘଟଣାର ତଦନ୍ତ ଜାରି ରହିଛି ।

ଆଗ୍ରା ଜୋନ୍ ଡିସିପି ରାଜୀବ କୃଷ୍ଣା କହିଛନ୍ତି ଯେ, ଦୁର୍ଘଟଣା ବାବଦରେ ଖବର ମିଳିଲା ପରେ ତୁରନ୍ତ ସେମାନେ ଘଟଣାସ୍ଥଳରେ ପହଁଚିଥିଲେ । ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ଦୁର୍ଘଟଣା ଭିଆଇଥିବା ଟ୍ରକର ସନ୍ଧାନ ଚାଲିଛି । ଶୀଘ୍ର ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ