ମନୋରଞ୍ଜନ

‘କସୌଟି ଜିନ୍ଦେଗୀ କି’ ଫେମ୍ ପ୍ରବୀଣ ଚୌହାନ ଗିରଫ

ନୂଆଦିଲ୍ଲୀ ୦୩/୦୭: ଟିଭି ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ଟିଭି ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ସହିତ ଛୋଟ ପରଦାରେ ଡେବ୍ୟୁ କରିଥିବା ଅଭିନେତା ପ୍ରବୀଣ ଚୌହାନଙ୍କ ଉପରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଅଭିଯୋଗ ପରେ ଅଭିନେତାଙ୍କୁ ମୁମ୍ବାଇର ମାଲାଡ ଇଷ୍ଟ ପୋଲିସ ଗିରଫ କରିଛି।


ଖବର ଅନୁଯାୟୀ, ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୫୪, ୩୪୨, ୩୨୩, ୫୦୬ (୨) ଅନୁଯାୟୀ ପୋଲିସ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅଭିନେତାଙ୍କ ଗିରଫ ହେବା ଟିଭି ଇଣ୍ଡଷ୍ଟ୍ରିକୁ ପୁଣି ଥରେ ଚକିତ କରିଛି।

ଏହାପୂର୍ବରୁ ଅଭିନେତା ପର୍ଲ ଭି ପୁରୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। କିନ୍ତୁ ପରେ ଅଭିନେତା ଜାମିନ ପାଇଥିଲେ। ପର୍ଲ ଭି ପୁରୀ ଗିରଫ ପରେ ଟିଭି ଇଣ୍ଡଷ୍ଟ୍ରି ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । କିଛି ସେଲିବ୍ରେଟ୍ ତାଙ୍କୁ ଗୋଟିଏ ପଟେ ସମର୍ଥନ କରୁଥିବାବେଳେ କିଛି ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରୁଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ