ଖେଳ ରାଜ୍ୟ

କଳିଙ୍ଗ ଷ୍ଟାଡିୟମ୍‌ରେ ଯୁଗଳ ମ୍ୟାଚ୍: ନେଦରଲାଣ୍ଡ୍ସ ଆହ୍ବାନ ପାଇଁ ଭାରତ ପ୍ରସ୍ତୁତ

ଭୁବନେଶ୍ବର: ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍‌ର ନେଦରଲାଣ୍ଡ୍ସ ବିପକ୍ଷ ଯୁଗଳ ମୁକାବିଲା ଲାଗି ଭାରତୀୟ ମହିଳା ଦଳ ପୂରା ପ୍ରସ୍ତୁତ ରହିଛି। ଦୁଇ ଟିକିଆ ମୁକାବିଲାର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏବଂ ଦ୍ବିତୀୟ ଶନିବାର କଳିଙ୍ଗ ଷ୍ଟାଡିୟମ୍‌ର ନୀଳ ଟର୍ଫରେ ଖେଳାଯିବ। ଏଥିଲାଗି ଉଭୟ ଦଳ ନିଜ ନିଜ ରଣନୀତିକୁ ଆହୁରି ଶାଣିତ କରିସାରିଛନ୍ତି। କେବଳ ଯାହା ପଡ଼ିଆକୁ ଓହ୍ଲାଇ ପରସ୍ପରକୁ କଡ଼ା ଟକ୍କର ଦେବା ବାକି ରହିଛି। ଲଢ଼େଇ ଆରମ୍ଭ ହେବାର ପୂର୍ବଦିନ ଅର୍ଥାତ୍ ଗୁରୁବାର ଅନୁଷ୍ଠିତ ପ୍ରାକ୍ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟିକା ସବିତା ମଧ୍ୟ ଏକଥା ସ୍ପଷ୍ଟ କରିଛନ୍ତି। ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ନେଦରଲାଣ୍ଡ୍ସକୁ କଳିଙ୍ଗ ଷ୍ଟାଡିୟମ୍‌ରେ ଭେଟିବାକୁ ଭାରତୀୟ ଖେଳାଳିମାନେ ଉତ୍ସୁକତାର ସହ ଚାହିଁ ରହିଛନ୍ତି ବୋଲି ସେ ଏହି ଅବସରରେ କହିଛନ୍ତି। ନେଦରଲାଣ୍ଡ୍ସ ମଧ୍ୟ ଭାରତୀୟ ଦଳକୁ ତା’ ମାଟିରେ ପାଣି ପିଆଇବାକୁ ସ୍ବତନ୍ତ୍ର ରଣନୀତି ତିଆରି କରିସାରିଛି ବୋଲି ବୁଧବାର ଭୁବନେଶ୍ବର ପହଞ୍ଚିବା ପରେ ଏହି ଦଳର ଅଧିନାୟିକା ୟିବି ଜାନସେନ ସ୍ପଷ୍ଟ କରିଦେଇଥିଲେ। ଆୟୋଜକ ଭାରତ ସଂପ୍ରତି ୧୨ ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୧୮ ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି। ସେହି ଦୃଷ୍ଟିରୁ ଆଗାମୀ ଦୁଇ ମ୍ୟାଚ୍ ଭାରତୀୟ ଖେଳାଳିଙ୍କ ପାଇଁ ମସ୍ତବଡ଼ ଅଗ୍ନିପରୀକ୍ଷା ସଦୃଶ ହେବ। ସ୍ଥାନୀୟ ତାରକା ଦୀପଗ୍ରେସ୍ ଏକ୍କା ଭାରତୀୟ ଦଳର ଉପଅଧିନାୟିକା ଥିବାରୁ ଘରୋଇ ପ୍ରଶଂସକ ମଧ୍ୟ ବେଶ୍ ଉଲ୍ଲସିତ ଅଛନ୍ତି। ଉଭୟ ମ୍ୟାଚ୍ ସଂଧ୍ୟା ୭ଟା ୩୦ରେ ଆରମ୍ଭ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ