ଖେଳ ରାଜ୍ୟ

କଳିଙ୍ଗ ଷ୍ଟାଡିୟମ୍‌ରେ ବିଛାହେବ ନୂଆ ହକି ଟର୍ଫ

ଭୁବନେଶ୍ବର: ୨୦୨୩ ହକି ବିଶ୍ବକପ୍‌କୁ ଆଖି ଆଗରେ ରଖି କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ନୂଆ ସିନ୍ଥେଟିକ୍ ଟର୍ଫ ବିଛାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ନୀଳ ରଙ୍ଗର ପୁରୁଣା ଟର୍ଫକୁ କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ଏଠାରେ ବିଶ୍ବସ୍ତରୀୟ ଏବଂ ଅନ୍ତର୍ଜାତୀୟମାନର ଟର୍ଫ ବିଛାଯିବ। ସୂଚନାଯୋଗ୍ୟ ଯେ ୨୦୨୩ ହକି ବିଶ୍ବକପ୍ ଭୁବନେଶ୍ବର ସହ ରାଉରକେଲାରେ ଆୟୋଜିତ ହେବ। ଏଥିନେଇ କଳିଙ୍ଗ ଷ୍ଟାଡିୟମ୍ ହକି ଭିତ୍ତିଭୂମିର ନବୀକରଣ ସହ ରାଉରକେଲାରେ ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ୨୦୧୮ ବିଶ୍ବକପ୍‌ର ସଫଳ ଆୟୋଜନ ପରେ ଓଡ଼ିଶା ଲଗାତାର ଦ୍ବିତୀୟ ଥର ପାଇଁ ଏହି ହକି ମହାକୁମ୍ଭକୁ ଆୟୋଜନ କରିବାକୁ ଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ