ରାଜ୍ୟ

କଳିଙ୍ଗ ବିହାରରେ ହେବ ସାପ୍ତାହିକ ହାଟ: ପ୍ରକଳ୍ପସ୍ଥଳ ବୁଲିଦେଖିଲେ କମିସନର

କଳିଙ୍ଗବିହାର ସାପ୍ତାହିକ ହାଟ ହେବା ପରେ ମୁଖ୍ୟ ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର ହେବ। ପରିବା ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ଖରା ଓ ବର୍ଷାରେ ସୁରକ୍ଷିତ ଭାବେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବେ।

ରାଉରକେଲା: କଳିଙ୍ଗ ବିହାର ମୁଖ୍ୟ ରାସ୍ତାରୁ ପରିବା ବ୍ୟବସାୟୀ ହଟିବେ। ଟ୍ରାଫିକ୍‌ ସମସ୍ୟା ଏଡାଇବାକୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କଳିଙ୍ଗବିହାର ସଙ୍କଟମୋଚନ ମନ୍ଦିର ନିଟସ୍ଥ ଖାଲି ସ୍ଥାନରେ ସାପ୍ତାହିକୀ ହାଟ ନିର୍ମାଣ କରିବାକୁ ଯାଉଛି। ଆର୍‌ଏମ୍‌ସି କମିସନର ଆଶୁତୋଷ କୁଲକର୍ଣ୍ଣି ଓ ତାଙ୍କର ଟେକ୍ନିକାଲ ଟିମ୍‌  ପ୍ରକଳ୍ପସ୍ଥଳ ପରିଦର୍ଶନ କରିଛନ୍ତି।

 ସପ୍ତାହିକ ହାଟ ପାଇଁ କେତୋଟି ପିଣ୍ଡି ଓ ସେଡ୍‌ ନିର୍ମାଣ କରାଯିବ ଅନ୍ୟ କ’ଣ କ’ଣ ବ୍ୟବସ୍ଥା ରହିବ, ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପ୍ରକଳ୍ପ ପ୍ଲାନ୍‌ ଅନୁଧ୍ୟାନ କରିବା ସହ ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ନବାନ କରାଯିବ ବୋଲି କହିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଟେଣ୍ଡର କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କଳିଙ୍ଗବିହାର ସାପ୍ତାହିକ ହାଟ ହେବା ପରେ ମୁଖ୍ୟ ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର ହେବ। ପରିବା ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ଖରା ଓ ବର୍ଷାରେ ସୁରକ୍ଷିତ ଭାବେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବେ। ଆର୍‌ଏମ୍‌ସିର ଏଭଳି ପଦକ୍ଷେପକୁ ପରିବା ଓ ଅନ୍ୟାନ୍ୟ ବେପାରିମାନେ ସ୍ବାଗତ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।