ରାଜ୍ୟ

କଳିଙ୍ଗନଗରରେ ଆଦିବାସୀ ଗଣହତ୍ୟାକୁ ୧୮ବର୍ଷ: ପୁଲିସ ଗୁଳିରେ ନିହତ ଆଦିବାସୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ କଂଗ୍ରେସ

ଭୁବନେଶ୍ବର: ୨୦୦୬ ମସିହା ଜାନୁଆରି ୨ ତାରିଖରେ ଟାଟା କମ୍ପାନିକୁ ଜମି ଯୋଗାଇ ଦେବା ଉଦ୍ଦେଶ୍ୟରେ କଳିଙ୍ଗନଗରରେ ୧୩ ଜଣ ନିରୀହ ଆଦିବାସୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କଳିଙ୍ଗନଗରର ଏହି ନରସଂହାର ଏ ଅର୍ଦ୍ଧ ଶତାଦ୍ଦୀ ଇତିହାସରେ ସବୁଠାରୁ ବର୍ବରୋଚିତ, ଲୋମହର୍ଷଣକାରୀ। ନିଜ ଭିଟାମାଟି ପାଇଁ ସଂଗ୍ରାମ କରୁଥିବା ନିରୀହ ଆଦିବାସୀଙ୍କ ରକ୍ତରେ ବିଜେଡି-ବିଜେପି ମେଣ୍ଟ ସରକାର ହୋଲି ଖେଳିଲେ। ଆସନ୍ତାବର୍ଷ ଜାନୁଆରି ୨ ତାରିଖରେ ଏହି ଘଟଣାକୁ ୧୮ବର୍ଷ ପୂରିବ। ରାଜ୍ୟରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମା, ବ୍ଲକ ଓ ସହରାଞ୍ଚଳରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତା ମିଳିତ ଭାବେ କଳିଙ୍ଗନଗରରେ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ଆଦିବାସୀମାନଙ୍କ ଉଦ୍ଦେଶ୍ୟରେ ମହମବତୀ ଜାଳି, ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ରାଜ୍ୟରେ ଆଦିବାସୀ ବିରୋଧୀ ସରକାର ଶାସନ କରୁଛନ୍ତି। କଳିଙ୍ଗନଗର‌ ଘଟଣାରେ କଂଗ୍ରେସ ଦଳ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଓ ତତ୍କାଳୀନ ଉପା ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଏବେ ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଦିବାସୀ ସଂପ୍ରଦାୟ ପ୍ରତି ସରକାରଙ୍କ କ୍ରୁର ଆଚରଣ ଅତ୍ୟନ୍ତ ନିନ୍ଦନୀୟ। ବେଦାନ୍ତ କମ୍ପାନିକୁ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ନିୟମଗିରିର ଡଙ୍ଗରିଆ କନ୍ଧ, ଝରଣିଆ କନ୍ଧ, କୁଟିଆ କନ୍ଧଙ୍କୁ ବାସଚ୍ୟୁତ କରିବା ପାଇଁ ସରକାର ଯେଉଁ ଷଡ଼ଯନ୍ତ୍ର କରିଥିଲେ ତାହାକୁ ରାହୁଲ ଗାନ୍ଧୀ ପଣ୍ଡ କରିଦେଲେ। ଆଦିବାସୀ ବହୁଳ ମାଲକାନିଗିରି ଜିଲ୍ଲା ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ ସବୁଠାରୁ ଗରିବ ଜିଲ୍ଲା କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ପିସିସି ମିଡିଆ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଥିଲେ, କଳିଙ୍ଗ ନଗର ଆଦିବାସୀ ହତ୍ୟା ଘଟଣାରେ ମୃତ୍ୟୁକଙ୍କ ପରିବାରକୁ ନ୍ୟାୟ ମିଳିନାହିଁ। ଜଷ୍ଟିସ୍ ପ୍ରଦ୍ୟୁମ୍ନ ମହାନ୍ତି କମିସନ ରିପୋର୍ଟ ଦେଲେ ଯେ ପୁଲିସ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେବା ବ୍ୟତୀତ ଅନ୍ୟ କିଛି ପନ୍ଥା ନ ଥିଲା। ଗୁଳିକାଣ୍ଡକୁ ଯଥାର୍ଥ ବୋଲି ପ୍ରତିପାଦିତ କରାଗଲା। ଆଦିବାସୀ ଜମିକୁ ଅଣ ଆଦିବାସୀଙ୍କୁ ହସ୍ତାନ୍ତର ଆଇନ ରେଗୁଲେସନ-୨/୧୯୫୬ ସଂଶୋଧନ ପ୍ରତ୍ୟାହୃତ ହୋଇନାହିଁ। ଆଦିବାସୀ ଶୋଷଣର ଏହାଠାରୁ ବଡ଼ ଉଦାହରଣ କ’ଣ ହୋଇପାରେ ବୋଲି ଶ୍ରୀ ବେହେରା କହିଛନ୍ତି। ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ କହିଥିଲେ, କଳିଙ୍ଗ ନଗର ହତ୍ୟାକାଣ୍ଡ ଘଟଣାକୁ ତତ୍କାଳୀନ ମେଣ୍ଟ ସରକାରରେ ରହିଥିବା ବିଜେପି ସମର୍ଥନ ଦେଲା। ଆଜି ଆଦିବାସୀମାନଙ୍କ ପାଇଁ ବିଜେପି ମିଛ ଦରଦ ପ୍ରଦର୍ଶନ କରୁଛି। ୨୦୧୨-୧୩ ମସିହାରୁ ୬୧୨ ଜଣ ଆଦିବାସୀଙ୍କୁ ଜେଲ୍‌ରେ ରଖାଯାଇଛି। ତାହାର ଚାର୍ଜସିଟ ଓ ଶୁଣାଣି ଏ ପର୍ଯ୍ୟନ୍ତ ହୋଇନାହିଁ। ଏବେ ଏହି ସଂଖ୍ୟ ୧୧୦୦ କୁ ବୃଦ୍ଧି ପାଇଲାଣି। ନିରୀହ ଆଦିବାସୀଙ୍କ ପ୍ରତି ନବୀନ ସରକାରଙ୍କର ଏ ଅବିଚାର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।