ରାଜ୍ୟ

କଳାହାଣ୍ଡି କଂଗ୍ରେସକୁ ଝଟ୍‌କା: ୭୦ ଜଣ ଦଳ ଛାଡ଼ିଲେ

ଭବାନୀପାଟଣା: ଓଡ଼ିଶାରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା କଂଗ୍ରେସର ୭୦ ଜଣ ସଦସ୍ୟ ଦଳ ଛାଡ଼ିଛନ୍ତି। ନିକଟରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗ ଦେବାପରେ ଏଥିରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା କୁହାଯାଉଛି। ସୂଚନା ଅନୁସ‌ାରେ, ଦଳରେ ପାତରଅନ୍ତର ଏବଂ ଅନୁପ୍ରବେଶ (ଗୋଟିଏ ଦଳରୁ ଅନ୍ୟ ଏକ ଦଳକୁ ପ୍ରବେଶ)କୁ ପ୍ରୋତ୍ସାହିତ କରାଯାଉଥିବା ଅଭିଯୋଗ ଆଣି ଯୁବ କଂଗ୍ରେସ ନେତା ଚାଞ୍ଚେର ମାଝୀଙ୍କ ସମେତ ୭୦ ଜଣ ଦଳରୁ ଇସ୍ତଫା ଦେଇଛନ୍ତି। ସେମାନେ ଇସ୍ତଫା ପତ୍ର ବୁଧବାର ଦିନ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କୁ ପ୍ରଦାନ କରିଛନ୍ତି। କୁହାଯାଉଛି ‌ଯେ ବଳଭଦ୍ର କଂଗ୍ରେସରେ ଯୋଗ ଦେବାପରେ କେତେଜଣ ଟିକେଟ୍‌ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ବିଶେଷକରି, ବଳଭଦ୍ର ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକଟରେ ପ୍ରତିଦ୍ବନ୍ଦ୍ବିତା କରିବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସରେ ଯୋଗ ଦେବାପରେ ବଳଭଦ୍ରଙ୍କ ଗୋଷ୍ଠୀର ପତିଆରା ବୃଦ୍ଧି ପାଇଥିବା ବେଳେ ପୁରୁଣା କଂଗ୍ରେସ କର୍ମୀମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛି। ଏନେଇ କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କୁ ପଚାରିବାରୁ କିଛି ସଦସ୍ୟ ଦଳରୁ ଇସ୍ତଫା ଦେବେ ବୋଲି ଫୋନଯୋଗେ କହିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଇସ୍ତଫାପତ୍ର ପାଇ ନାହିଁ ବୋଲି ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।