ଅପରାଧ ରାଜ୍ୟ

କଲ୍ୟାଣପୁରରେ ଡକାୟତି ଯୋଜନା ପଣ୍ଡ, ୪ ଚୋରଙ୍କୁ ବାନ୍ଧି ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ଗ୍ରାମବାସୀ

ମାହାଙ୍ଗା ୨୫/୦୫: କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡ଼ା ଜୟପୁର ଫାଣ୍ଡି ଅଧୀନ କଲ୍ୟାଣପୁର ଗ୍ରାମରେ ଡକାୟତି ଯୋଜନା ପଣ୍ଡ । ଡକାୟତିମାନେ ଯୋଜନା କରୁଥିବା ବେଳେ ଗ୍ରାମବାସୀ ମାନେ ଚୋରକୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ମାହାଙ୍ଗା ପୋଲିସକୁ ହସ୍ତାନ୍ତର କରିଥିଲେ ।

ବିଳମ୍ବିତ ରାତିରେ ୪ ଜଣ ଡକାୟତ ଫକିର ଚରଣ ମହାନ୍ତିଙ୍କ ଘରେ ଗ୍ରିଲ ତାଡି ଡକାୟତି କରୁଥିବା ସମୟରେ ଗ୍ରାମବାସୀ ମାନେ ଖବର ପାଇ ଘରକୁ ଘେରାଉ କରିବା ସହ ଜଣେ ଚୋରକୁ ଧରିବାକୁ ସକ୍ଷମ ହୋଇଥିଲେ । ଧରିଥିବା ଚୋର ଜଣକ ଛାତ ଉପରୁ ଡେଇଁ ଖସିବାକୁ ଉଦ୍ୟମ କରୁଥିବା ବେଳେ ଜୟପୁର ଫାଣ୍ଡିର ଜିମା ଦେଇଥିଲେ ।

ଅନ୍ୟ ୩ ଜଣ ଚୋର ଚତୁରତାର ସହ ଘଟଣାସ୍ଥଳରୁ ଖସି ଯାଇଥିଲେ । ଧରା ପଡ଼ିଥିବା ଚୋର ଜଣକ ସାଲେପୁର ଥାନା ରାଇସୁଙ୍ଗୁଡ଼ାର ମଢ଼ଙ୍ଗା ଗ୍ରାମର ଲିପୁନ୍ ସିଂକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଖସି ଯାଇଥିବା ଅନ୍ୟ ୩ ଜଣ ଡକାୟତକୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।