ଅପରାଧ ରାଜ୍ୟ

କଲେଜ୍ ପାଣ୍ଠି ହଡ଼ପ ମାମଲା: ଜୁଆରେ ୬୫ ଲକ୍ଷ, ଭ୍ରମଣରେ ୪ ଲକ୍ଷ

ଭୁବନେଶ୍ବର : ପୂର୍ବତନ ଛାତ୍ରଙ୍କ ପ୍ରେମରେ ପଡ଼ି ଘରୋଇ କଲେଜର ମହିଳା ଆକାଉଣ୍ଟାଣ୍ଟ୍ ୯୭ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ କରିବା ଘଟଣା ପଛର ସତ ଏବେ ପଦାକୁ ଆସୁଛି। ପୂର୍ବତନ ଛାତ୍ର ତଥା ପ୍ରେମିକ ବିକାଶ କୁମାର ଜୁଆ ଖେଳରେ ଟଙ୍କା ଉଡ଼ାଉଥିବା ବେଳେ ପ୍ରେମିକା ତଥା ମହିଳା ଆକାଉଣ୍ଟାଣ୍ଟ ପାୟଲ୍‌ଙ୍କୁ ନେଇ ବେଶ୍ ବୁଲାବୁଲି କରି ପ୍ରଚୁର ଟଙ୍କା ଉଡ଼ାଇଛି।

ପୁଲିସ ସୂଚନାନୁସାରେ ପାୟଲଙ୍କଠାରୁ ଟଙ୍କା ନେଇ ବିକାଶ କୁମାର ଅନ୍‌ଲାଇନ୍‌ରେ ରୟାଲ୍‌ ଏକ୍ସଚେଞ୍ଜ, ରେଡିଆନା, ଟେଲିଗ୍ରାମ୍‌ ଭଳି ଅନ୍‌ଲାଇନ୍ ଆପ୍‌ରେ ଜୁଆ ଖେଳୁଥିଲା। ପ୍ରଥମେ ସେ ୮୦ ହଜାର ଟଙ୍କା ଜିତିଥିଲା। ଏହା ପରେ କୋଟିପତି ହେବା ନିଶାରେ ସେ ଜୁଆ ଖେଳ ଚାଲୁରଖି ୬୫ ଳକ୍ଷ ଟଙ୍କା ହରାଇଲା। ପାୟଲ୍‌ ଓ ବିକାଶ ଏକାଠି ଜମ୍ମୁକାଶ୍ମୀର, ନୂଆଦିଲ୍ଲୀ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ୬ଟି ରାଜ୍ୟ ଭ୍ରମଣ କରିଥିବା ପୁଲିସ ସୂଚନା ପାଇଛି। ଏଥିପାଇଁ ବିଭିନ୍ନ ଏଜେନ୍ସି ଜରିଆରେ ସେମାନେ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ପୁଲିସ ଜାଣିବାକୁ ପାଇଛି। ୟୁପିଆଇ ଦ୍ବାରା ଅନ୍‌ଲାଇନ୍ ଜୁଆ ଖେଳାଯାଇଥିବାରୁ ତମାଣ୍ଡୋ ଥାନା ପୁଲିସ ଜଣେ ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତ କରିବ ବୋଲି ଯୋଜନା କରିଛି। ଜୁଆ ଖେଳରେ ବ୍ୟବହୃତ ଆକାଉଣ୍ଟଗୁଡ଼ିକୁ ଅଚଳ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଆସନ୍ତାକାଲି ପୁଲିସ ବିକାଶକୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।