ଅପରାଧ ରାଜ୍ୟ

କଲିକତାରୁ ଆସୁଛି ଭେଜାଲ ମାଲ୍, ଓଡିଶା ମେଲିଛି ବଜାର : ନକଲି ଷ୍ଟିକର ଓ ଠିପିରେ ଚାଲିଥିଲା କାରବାର

ସମ୍ବଲପୁର ୦୫।୦୫ : ସମ୍ବଲପୁର ଅବକାରୀ ବିଭାଗ ଦ୍ବାରା ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଝାରସୁଗୁଡା, ସମ୍ବଲପୁର ଓ ବରଗଡରେ ଚଢାଉ ହୋଇଥିବା ବେଳେ ୮୭୭୧୫ ଠିପି, ୮୬୨୩୩ ଇଏଲ୍ ବା ଷ୍ଟିକର, ୩୮ ଲିଟର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି ।

କୁଚିଆରୁ ମଦ କିଣୁଥିଲେ ସାବଧାନ । ନକଲି ବିଦେଶୀ ମଦ ଆପଣଙ୍କର ଜୀବନ ନେଇପାରେ । ଅବକାରୀ ଅଫିସରେ ଗଦା ହୋଇଛି ଲକ୍ଷାଧିକ ଠିପି(କର୍କ), ଆଉ ତାହାର ଡିମୋ ଦେଖାଉଛି ଅଭିଯୁକ୍ତ । ଏହି ନକଲି ମଦକୁ ଦେଖିଲେ ଅସଲି ବି ହାର ମାନିଯିବ । ଲେଭଲିଂ, ପେକେଜିଂରୁ ବଜାର ପ୍ରବେଶ ଯାଏଁ ଧରିପାରିବେନି ଏହାକୁ ସେବନ କରୁଥିବା ଲୋକେ । ଏଥିପାଇଁ ଦରକାର ପଡୁଥିବା ବୋତଲ, କର୍କ ବା ଠିପି, ଇଏଲ୍ ବା ଷ୍ଟିକର ( ଓଡିଶା ଶାସନର ଲଗୋ ଓ ସିରିଏଲ ନମ୍ବର ଥାଇ) । ସବୁ କଲିକତାରୁ ଓଡିଶା ଆସୁଛି । ଏହାର ବଜାର ପାଲଟିଛି ଓଡିଶା। ବରଗଡ, ସମ୍ବଲପୁର ଓ ଝାରସୁଗୁଡାରେ ଗୁଇନ୍ଦା ଓ ଅବକାରୀର ଚଢାଉ ପରେ ଏହି ଘଟଣା ପଦାକୁ ଆସିଛି ।

ତେବେ ବଜାରରେ ବିଭିନ୍ନ କୁଚିଆ ମାନଙ୍କଠାରୁ ଆରମ୍ଭ କରି ଛୋଟ ବେପାରୀଙ୍କୁ ଏମାନେ ନକଲି ମଦ ଯୋଗାଣ କରୁଥିଲେ । ଘଟଣାରେ ୭ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବରଗଡ, ଝାରସୁଗୁଡା ଓ ସମ୍ବଲପୁରରୁ ୭୬୭୧୫ ଠିପି ବା କର୍କ, ୮୬୨୩୩ ଇଏଲ୍ ବା ଷ୍ଟିକର ଓ ୩୮ ଲିଟର ତିଆରି ହୋଇ ରହିଥିବା ନକଲି ମଦ ଜବତ ହୋଇଛି । ଏହାସହ ୨ଟି ବାଇକ ମଧ୍ୟ ଜବତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।