ଲାଇଫ୍ ଷ୍ଟାଇଲ

କଲର୍ ଥେରାପି କ’ଣ, କିଭଳି କରିଥାଏ କାମ ? ଜାଣନ୍ତୁ ବିଭିନ୍ନ ରଙ୍ଗର ମହତ୍ତ୍ୱ

ଭୁବନେଶ୍ୱର ୨୨/୧୧ : ଆପଣ ଅନେକ ପ୍ରକାର ଥେରାପି ସମ୍ପର୍କରେ ଶୁଣିଥିବେ। ତେବେ କଲର ଥେରାପି ସମ୍ପର୍କରେ କେବେ ଶୁଣିଛନ୍ତି କି ? କଲର ଥେରାପି ରଙ୍ଗ ଉପଯୋଗ କରି ରୋଗ ଭଲ କରିବାର ଏକ ବିଧି। ଏହାକୁ କ୍ରୋମୋ ଥେରାପି ମଧ୍ୟ କୁହାଯାଏ। ଶରୀରର କୌଣସି ଏକ ଅଙ୍ଗରେ ରଙ୍ଗକୁ ଚମକାଇ ଏହି ଥେରାପି କରାଯାଇଥାଏ। କୌଣସି ବିଶେଷ ରଙ୍ଗକୁ ଦେଖି ମଧ୍ୟ ଏହି ଥେରାପି କରାଯାଇଥାଏ। ଆଖିକୁ ଅତିରିକ୍ତ ଚାପରୁ ସୁରକ୍ଷିତ ରଖିବାକୁ ବହୁତ ସାବଧାନତାର ସହ ଏହି ଥେରାପି କରାଯାଇଥାଏ। ଏହା ମେଡିକାଲ କେୟାରର ଅନ୍ତର୍ଭୁକ୍ତ ନୁହେଁ।


କଲର ଥେରାପି କ’ଣ କରିଥାଏ :

କଲର ଥେରାପି ଏକ ଉପଚାର ଯାହାଦ୍ୱାରା ମସ୍ତିସ୍କ ଓ ଶରୀରରେ ସନ୍ତୁଳନ ରହିଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରଃହିଥାଏ। ଏହି ଥେରାପିରେ ରଙ୍ଗର ଭାଇବ୍ରେସନ ଆପଣଙ୍କ ମୁଡ଼ ଠିକ କରିବା ସହ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅନୁକୂଳ ପ୍ରଭାବ ପକାଇଥାଏ। ଅବସାଦ ମୁକ୍ତ ପାଇଁ ମଧ୍ୟ ଏହି ଥେରାପି ଉପଯୋଗ କରାଯାଇଥାଏ।

କଲର ଥେରାପି କିଭଳି କାମ କରିଥାଏ :

କଲର ଥେରାପିରେ ସୂର୍ଯ୍ୟ କିରଣକୁ କୌଣସି ଏକ ଖାସ ରଙ୍ଗର କାଚ ପାରି କରି ରୋଗୀର ମୁଣ୍ଡ ସହ ଧକ୍କା ହୋଇଥାଏ। ଉଦାହରଣ ସ୍ୱରୂପ, ଯଦି ଖରା ଦିନରେ କାହାକୁ ଜ୍ୱର ହୋଇଥାଏ ତାହେଲେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ। ଅର୍ଥାତ ଶରୀରରେ ଲାଲ ରଙ୍ଗର ମାତ୍ରା ଅଧିକ ଅଛି। ରୋଗୀଙ୍କ କୋଠରୀ ବନ୍ଦ କରି ଝରକାରେ ନୀଳ କାଚ ଲଗାଇ ଦିଆଯାଏ। ସୂର୍ଯ୍ୟ କିରଣ ସେହି ନୀଳ କାଚକୁ ଛୁଇଁଲେ ରୋଗୀଙ୍କ ମୁଣ୍ଡ ଉପରେ ପଡିବ ଏବଂ ତାପମାନ କମିଯିବ।


ବିଭିନ୍ନ ରଙ୍ଗର ଭିନ୍ନ ଭିନ୍ନ ମହତ୍ତ୍ୱ :

ଭାରତୀୟ ଦର୍ଶନ ଶାସ୍ତ୍ରରେ ଚକ୍ରକୁ ମାନବ ଶରୀରରେ ଆଧ୍ୟାତ୍ମିକ ଶକ୍ତି ଓ ଉର୍ଜାର କେନ୍ଦ୍ର ବୋଲି କୁହାଯାଏ। ୭ଟି ଚକ୍ର ପାଇଁ ୭ଟି ରଙ୍ଗ ପ୍ରତିନିଧି ସ୍ୱରୂପ ଦର୍ଶାଯାଇଥାଏ। ପ୍ରତ୍ୟେକ ରଙ୍ଗର ଅଲଗା ଅଲଗା ମହତ୍ତ୍ୱ ରହିଛି।

ଲାଲ ରଙ୍ଗ – ମେରୁଦଣ୍ଡ ହାଡ ଆଧାରରେ ସ୍ଥିତ ଚକ୍ର ପାଇଁ ଉପଯୋଗ କରାଯାଇଥାଏ। ଏହି ଚକ୍ରକୁ ପୃଥିବୀ ଓ ମାନବ ସହ କନେକ୍ସନକୁ ଦର୍ଶାଇଥାଏ।

ହଳଦିଆ ରଙ୍ଗ – ହଳଦିଆ ରଙ୍ଗ ସୋଲାର ପ୍ଲେକ୍ସସ ଚକ୍ରର ପ୍ରତିନିଧିତ୍ବ କରିଥାଏ। ଏହାର ସମ୍ବନ୍ଧ ଲିଭର, ପାଚନ ତନ୍ତ୍ର, ପିତ୍ତକୋଷ, ସଶକ୍ତିକରଣ ଓ କଲ୍ୟାଣ ସହ ଜଡିତ।


ସବୁଜ ରଙ୍ଗ – ସବୁଜ ରଙ୍ଗ ହୃଦୟ ଚକ୍ରକୁ ପ୍ରତିନିଧିତ୍ବ କରିଥାଏ। ଏହାକୁ ହୃଦୟ, ଫୁସଫୁସ ଓ ପ୍ରତିରୋଧକ ପ୍ରଣାଳୀ, ମାନସିକ ଧ୍ୟାନ, ଉର୍ଜା ସହ ଯୋଡ଼ା ଯାଇଥାଏ।


ନାରଙ୍ଗୀ ରଙ୍ଗ – ଯେଉଁ ଚକ୍ର ନାଭିରୁ ଦୁଇ କିମ୍ବା ତିନି ଇଞ୍ଚ ତଳକୁ ଥାଏ ତାହାକୁ ତ୍ରିଚକ୍ର କୁହାଯାଏ। ନାରଙ୍ଗୀ ରଙ୍ଗ ଏହାର ପ୍ରତିନିଧିତ୍ବ କରିଥାଏ। ଏହାକୁ କିଡନୀ, ପ୍ରଜନନ ଓ ଆନନ୍ଦ ସହ ଯୋଡାଯାଇଥାଏ।

ନୀଳ ରଙ୍ଗ – ନୀଳ ରଙ୍ଗ ଶାନ୍ତିପୂର୍ଣ ଏକ୍ସପ୍ରେସନକୁ ପ୍ରତିନିଧିତ୍ବ କରିଥାଏ। ଏହାକୁ ଥାଇରଏଡ ଓ ମେଟାବୋଲିଯିମ ସହ ଯୋଡାଯାଇଥାଏ।

Abstract Ink blue color paint pouring in water

ଇଣ୍ଡିଗୋ – ଏହାକୁ ଥରତ ଆଇ ଚକ୍ର ସହ ଯୋଡ଼ା ଯାଇଥାଏ ଯାହା ଆଖି ଓ ଆଇବ୍ରୋ ମଝିରେ ଥାଏ। ଏହା ନିଦ, ଜ୍ଞାନ, ସ୍ପଷ୍ଟତା ଓ ଆତ୍ମସମ୍ମାନର ପ୍ରତିନିଧିତ୍ବ କରିଥାଏ।

ବାଇଗଣୀ ରଙ୍ଗ – ବାଇଗଣୀ ରଙ୍ଗ କ୍ରାଉନ ଚକ୍ର ସହ ଜଡିତ। ଏହା ମୁଣ୍ଡର ଉପରି ଭାଗରେ ଅବସ୍ଥିତ। ଏହା ସ୍ପଷ୍ଟତା ଓ ସମ୍ବେଦନଶୀଳତା ସହ ଜଡିତ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ