ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କଲରାରେ ରହିଛି ଅନେକ ସୁଗୁଣ, ଏହି ଉପକାରୀ ପରିବାକୁ ଦୈନିକ ଖାଆନ୍ତୁ

କଲରା ଏକ ଏପରି ପରିବା ଯାହାକୁ ମାତ୍ରାଧିକ ଖାଇଲେ ବି କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ଜାଣିରଖନ୍ତୁ ଯେ ମାତ୍ରାଧିକ କଲରା ଖାଇବା ଦ୍ୱାରା, କଲରା ଜୁସ୍‌ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ୍‌ କରାଯାଇ ପାରେ। ଏହି ପିତା ପରିବାରେ ରହିଛି ପ୍ଲାଣ୍ଟ୍‌ ଇନ୍‌ସୁଲିନ୍‌ ପୋଲିପେପ୍‌ଟାଇଡ୍‌-ପି ତତ୍ତ୍ୱ। ଏହି ପରିବା ଖାଇବା ଦ୍ୱାରା ହାଇପରଗ୍ଲିସେମିଆ କମ ହେବା ସହ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖାଯାଇପାରେ। ଆପଣ କଲାରାକୁ ଭଜା, ତରକାରି କରି ମଧ୍ୟ ଖାଇପାରିବେ। ମାତ୍ର ମନେ ରଖନ୍ତୁ ଯଦି କଲରା ଜୁସ୍‌ ବନାଉଛନ୍ତି ତେବେ ସେଥିରୁ ମଞ୍ଜି ନିଶ୍ଚୟ କାଢ଼ି ଦିଅନ୍ତୁ।

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି। ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି। ଏହି ରୋଗ ଥରେ ହେଲେ ଏହାର ସଂପୂର୍ଣ୍ଣ ଉପଶମ କଷ୍ଟକର, ମାତ୍ର ରୋଗକୁ ଆୟତ୍ତରେ ରଖାଯାଇପାରେ। ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇ ପାରେ। ତେବେ ଆପଣ ଯଦି ଏହି ରୋଗକୁ ଆୟତ୍ତରେ ରଖିବାକୁ ଚାହାନ୍ତି ତେବେ କଲରା ବ୍ୟତୀତ ଆପଣଙ୍କ ପାଇଁ ଅନ୍ୟ କିଛି ଭଲ ପରିବା ହୋଇ ନ ଥାଏ।

କଲରାରେ କର୍କଟ ସହ ଲଢ଼ି ପାରିବାର କ୍ଷମତା ରହିଛି। ଅନେକ ଗବେଷଣାରୁ ଜାଣିବାକୁ ମିଳିଛି ଯେ କଲରା ଖାଇବା ଦ୍ବାରା ଶରୀରରୁ କର୍କଟ ସେଲ୍‌ର ନାଶ ଘଟିଥାଏ।

ଏହା ଶରୀରରେ କୋଲେ‌ଷ୍ଟ୍ରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖିବା ସହ ଦୃଦ୍‌ଜନୀତ ଅନେକ ସମସ୍ୟାକୁ ଦୂର କରି ହୃତ୍‌ପିଣ୍ଡକୁ ପୂରା ସୁସ୍ଥ ରଖିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ