ନୂଆଦିଲ୍ଲୀ: କର୍ଣ୍ଣାଟକ ନର୍ବାଚନ ଆଉ ୮ଦିନ ଥିବାବେଳେ ବିଜେପି ତା’ର ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ପାର୍ଟି ଭେଟେରାନ ବି.ଏସ.ୟେୁଦୁରାପ୍ପାଙ୍କ ଉପସ୍ଥିତିରେ ପ୍ରଜା ଧୱାନିକୁ ଉନ୍ମୋଚନ କରି ବିଜେପି ମୁଖ୍ୟ ଜେପି ନଡ୍ଡା କହିଛନ୍ତି ଯେ, ବିଜେପି ସରକାର ଆସିଲେ ମହିଳାଙ୍କୁ ସଶକ୍ତିକରଣ କରିବା ସହିତ ଯୁବ ପିଢ଼ିଙ୍କ କଲ୍ୟାଣକୁ ପ୍ରାଥମିକତା ଦେବ।
ପ୍ରତି ପରିବାରକୁ ବର୍ଷକୁ ୩ଟି ଗ୍ୟାସ ସିଲିଣ୍ଡିର ମାଗଣା ଓ ପ୍ରତ୍ୟହ ୦.୫ ଲିଟର ନନ୍ଦିନୀ କ୍ଷୀର ମାଗଣା ପ୍ରଦାନ କରାଯିବ। ଏଥି ସହିତ ପ୍ରତି ୱାର୍ଡରେ ଅଟଳ ଆହାର କେନ୍ଦ୍ର ଖୋଲାଯିବ। ପ୍ରଧାନମନ୍ତ୍ରୀଙ୍କ ସବକା ସାଥ ସବକା ବିକାଶକୁ ଆଧାର କରି ରାଜ୍ୟରେ ବିକାଶ କରାଯିବା ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି।