ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କର୍ଣ୍ଣାଟକରେ ‌ମତଦାନ ଆରମ୍ଭ: ବିପୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ତରୁଣମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ବେଙ୍ଗାଲୁରୁ: ଆଜି ସକାଳ ୭ଟା ବେଳେ କର୍ଣ୍ଣାଟକ ବିଧାନସଭା ନିମନ୍ତେ ୨୨୪ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ବିପୁଳ ସଂଖ୍ୟାରେ ଆସି ଭୋଟ୍‌ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, କର୍ଣ୍ଣାଟକବାସୀଙ୍କୁ ବିଶେଷକରି, ଯୁବା ତଥା ପ୍ରଥମ କରି ଭୋଟ୍‌ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ଭୋଟର୍‌ମାନଙ୍କୁ ଅନୁରୋଧ ସୋମନେ ବିପୁଳ ସଂଖ୍ୟାରେ ଆସି ଭୋଟ୍‌ ଦେବା ସହିତ ଗଣତନ୍ତ୍ରର ଏହି ମହୋତ୍ସବକୁ ସମୃଦ୍ଧ କରନ୍ତୁ।

ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍‌ କରି ଲେଖିଛନ୍ତି, ରାଜ୍ୟରେ ଉତ୍ତମ ଶାସନ, ବିକାଶ ଓ ସମୃଦ୍ଧି ଲାଗି ବହୁସଂଖ୍ୟାରେ ଆସି ଭୋଟ୍‌ ଦେବାକୁ ମତ ଗ୍ରହଣ ଦିନରେ କର୍ଣ୍ଣାଟକର ଭାଇଭଉଣୀଙ୍କୁ ଅନୁରୋଧ କରୁଛି। ଆପଣଙ୍କର ଖଣ୍ଡିଏ ‌ଭୋଟ୍‌ ଏକ ଜନସପକ୍ଷ ଓ ବିକାଶସପକ୍ଷ ସରକାରକୁ ସୁନିଶ୍ଚିତ କରିପାରେ, ଯାହା ରାଜ୍ୟକୁ ପ୍ରଗତିର ନୂତନ ଶିଖରକୁ ନେଇଚାଲିବ।

ସେହିପରି, ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା ଟୁଇଟ୍‌ କରି ଲେଖିଛନ୍ତି, ରାଜ୍ୟର ସମସ୍ତ ଭୋଟର୍‌, ବିଶେଷତଃ ପ୍ରଥମ ଥର ପାଇଁ ଭୋଟ୍‌ ଦେଉଥିବା ତରୁଣ ଓ ମହିଳାମାନଙ୍କୁ ମୋର ଅନୁରୋଧ ସେ‌ମାନେ ନିଶ୍ଚିତରୂପେ ଭୋଟ୍‌ ଦେଇ ଏହି ଗଣତନ୍ତ୍ରିକ ଉତ୍ସବ ପାଳନ୍ତୁ। ରାଜ୍ୟର ଉଜ୍ଜ୍ବଳ ଭବିଷ୍ୟତ ଏବଂ ସାମଗ୍ରିକ ବିକାଶ ନିମନ୍ତେ ନିଶ୍ଚୟ ଭୋଟ୍‌ ଦିଅନ୍ତୁ ବୋଲି ସମସ୍ତଙ୍କୁ ଏତଦ୍ଦ୍ବାରା ଅନୁରୋଧ ଜଣାଉଛି।

Image Courtesy of NDTV

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭୋଟର୍‌ମାନଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରି ଲେଖିଛନ୍ତି, ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ପରିବର୍ତ୍ତନ ପାଇଁ ବହୁସଂଖ୍ୟାରେ ଯାଇ ‌ଭୋଟ୍‌ ଦେବାକୁ କର୍ଣ୍ଣାଟକର ଭାଇଭଉଣୀମାନଙ୍କୁ ଅନୁରୋଧ କରୁଛି।

ଏଥିସହ, ୟେଦିୟୁରପ୍ପା ସପରିବାର ଶିକାରୀପୁରସ୍ଥିତ ଶ୍ରୀହୁଚାରାୟ ସ୍ବାମୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ପୁଅ ବି. ୱାଇ. ବିଜୟେନ୍ଦ୍ର ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ‌ ଆଜି ସକାଳ ୭ଟା ଆରମ୍ଭ ହୋଇଥିବା ମତ ଗ୍ରହଣ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ। ମତଦାନ କରିବା ପାଇଁ ଭୋଟର୍‌ମାନେ ରାଜ୍ୟର ବିଭିନ୍ନ ବୁଥ୍‌ରେ ଧାଡ଼ିବାନ୍ଧି ଠିଆ‌ ହୋଇଛନ୍ତି।

ଭୋଟ୍‌ ଦେଇସାରି ଅଭିନେତା ପ୍ରକାଶ ରାଜ୍‌ କହିଛନ୍ତି, ଆମେ ସାମ୍ପ୍ରଦାୟିକ ରାଜନୀତି ବିପକ୍ଷରେ ଭୋଟ୍‌ ଦେଇଛୁ। କର୍ଣ୍ଣାଟକ ସୁନ୍ଦର ହେଉ ବୋଲି ଆମେ ଚାହୁଁ।

ଏହାଛଡ଼ା, ସିଦ୍ଦଗଙ୍ଗା ମଠର ସ୍ବାମୀ ସିଦ୍ଦଲିଙ୍ଗ ମଧ୍ୟ ତୁମକୁରୁ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ