ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ୱାସିଂଟନ୍: ବୁଧବାର ଦିନ ଡାକ୍ତରମାନେ ସଫଳତାର ସହିତ ଆମେରିକାର ଫାଷ୍ଟ୍ ଲେଡି ଜିଲ୍ ବାଇଡେନ୍ଙ୍କ ଦେହରୁ କର୍କଟ ରୋଗଦ୍ବାରା ସଂକ୍ରମିତ ହୋଇଥିବା ଦୁଇଟି ଛୋଟ ‘ଟ୍ୟୁମର୍’ ବାହାର କରିଦେଇଥିବାରୁ ଏବେ ସେ ବିପଦମୁକ୍ତ ବୋଲି ହ୍ବାଇଟ୍ ହାଉସ୍ ଡାକ୍ତର କହିଛନ୍ତି।
ଚର୍ମ ଉପରେ ବଢ଼ିଥିବା ଛୋଟ ଟ୍ୟୁମର୍ (ବ୍ରଣ) ଦୁଇଟିକୁ ‘ମୋଜ୍ ସର୍ଜରି’ଦ୍ବାରା କାଟି ବାହାର କରାଇବାକୁ ବୁଧବାର ବଡ଼ି ସକାଳେ ଜିଲ୍ ବାଇଡେନ୍ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହିତ ରାଷ୍ଟ୍ରପତିଙ୍କ ହେଲିକପ୍ଟର୍ ଯୋଗେ ୱାସିଂଟନ୍ ଉପନଗରୀରେ ଥିବା ‘ୱାଲ୍ଟର୍ ରିଡ୍ ନ୍ୟାସ୍ନାଲ୍ ମେଡିକାଲ୍ ସେଣ୍ଟର୍’କୁ ଯାଇଥିଲେ।
ହ୍ବାଇଟ୍ ହାଉସ୍ ଡାକ୍ତର କେଭିନ୍ ଓ’କର୍ଣ୍ଣର୍ କହିଛନ୍ତି ଯେ, ଅସ୍ତ୍ରୋପଚାର ପରେ ଜିଲ୍ ବାଇଡେନ୍ଙ୍କ ମୁହଁ ଫୁଲି ଯିବା ସହିତ କ୍ଷତାକ୍ତ ଦେଖାଯାଉଛି। କିନ୍ତୁ, ତାଙ୍କର ମିଜାଜ୍ ଭଲ ଅଛି ଓ ତାଙ୍କୁ ଭଲ ଲାଗୁଛି। ପରେ ସେ ହ୍ବାଇଟ୍ ହାଉସ୍କୁ ଫେରିଆସିବେ।

ଜିଲ୍ ବାଇଡେନ୍ଙ୍କ ଡାହାଣ ଆଖି ପତାରେ ଉଠିଥିବା ବ୍ରଣଟିକୁ ‘ମାଇନର୍ ସର୍ଜରି’ଦ୍ବାରା କାଢ଼ି ତାହା କର୍କଟ ରୋଗଦ୍ବାରା ଆକ୍ରାନ୍ତ କି, ନାହିଁ ପରୀକ୍ଷା କରି ଦେଖିବାକୁ ଡାକ୍ତରମାନେ ସ୍ଥିର କରିଥିଲେ।
ଅସ୍ତ୍ରୋପଚାର ପରେ ପରୀକ୍ଷାରୁ ଜଣାପଡ଼ିଲା ଯେ, ଛୋଟ ଆବୁଟି ହେଉଛି ଏକ ଜାତୀୟ ଚର୍ମ କର୍କଟ ରୋଗ ଡାକ୍ତରୀ ଭାଷାରେ ଯାହାକୁ ‘ବାସାଲ୍ ସେଲ୍ କାର୍ସିନୋମା’ କହନ୍ତି। ଆବୁଟିକୁ କାଢ଼ି ନିଆଯାଇ ସେ ସ୍ଥାନରେ ଥିବା ସମସ୍ତ କର୍କଟ ରୋଗାକ୍ରାନ୍ତ ଟିସ୍ୟୁଗୁଡ଼ିକୁ ବି ସଫଳତାର ସହିତ ହଟାଇ ଦିଆଯାଇଛି ବୋଲି ଡାକ୍ତର ଓ’କନୋର୍ କହିଛନ୍ତି।
ସେହିପରି, ଜିଲ୍ ବାଇଡେନ୍ଙ୍କ ଛାତିର ବାମ ପାର୍ଶ୍ବରେ ଆଉ ଗୋଟାଏ ଛୋଟ ବ୍ରଣ ଥିଲା। ତାହା ମଧ୍ୟ କର୍କଟ ରୋଗାକ୍ରାନ୍ତ ବୋଲି ଜଣାପଡ଼ିଥିଲା। ସେଇଟିକୁ ମଧ୍ୟ ‘ମୋଜ୍ ସର୍ଜରି’ଦ୍ବାରା କାଟି ବାହାର କରି ଦିଆଯାଇଛି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଅସ୍ତ୍ରୋପଚାରଜନିତ କ୍ଷତ ଶୁଖିବା ପର୍ଯ୍ୟନ୍ତ ଆମେ ଚର୍ମର ସେ ଅଞ୍ଚଳ ପ୍ରତି ଦୃଷ୍ଟି ରଖିଥିବୁ। କିନ୍ତୁ, ଆଉ ଚିକିତ୍ସା ଆବଶ୍ୟକ ପଡ଼ିବ ନାହିଁ ବୋଲି ଆମର ମନେହେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l