ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ସଂକ୍ରମିତ ହେଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ, କହିଲେ ଜୀବନ ବର୍ବାଦ କରିଦେଉଛି ମହାମାରୀ

ନୂଆଦିଲ୍ଲୀ ୦୭/୦୧: ସାରା ଦେଶରେ ଦେଖାଦେଲାଣି କରୋନାର ତୃତୀୟ ଲହର । କାରଣ ପୂରା ଦେଶରେ ବୃଦ୍ଧି ପାଇବାରେ ଲାଗିଛି ନିୟମିତ କେସ୍ । ଯାହା ଫଳରେ ସମସ୍ତଙ୍କ ପାଇଁ ଚିନ୍ତା ବଢିବାରେ ଲାଗିଛି । ଏବେ ଚିନ୍ତାର ବିଷୟ ହେଉଛି ମନୋରଞ୍ଜନ ଦୁନିଆକୁ ଏଣ୍ଟ୍ରି ମାରିଛି କିଲର ଭାଇରସ । ଗୋଟିଏ ପରେ ଗୋଟିଏ ଅଭିନେତା, ଅଭିନେତ୍ରୀ କରୋନାର ଶିକାର ହେଉଛନ୍ତି ।

ଟିଭି ଏବଂ ଚଳଚ୍ଚିତ୍ର ଜଗତର ଅନେକ ତାରକା ମଧ୍ୟ ଏହି ଭୂତାଣୁ ଅଧୀନରେ ଆସିଛନ୍ତି । ଅନେକ ବଲିଉଡ ସେଲିବ୍ରିଟିଙ୍କ ପରେ ଏବେ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ମିମି ଚକ୍ରବର୍ତ୍ତୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ମିମି କହିଛନ୍ତି ଯେ କରୋନା ପାଇଁ ଅବସ୍ଥା ଖରାପ ହୋଇଯାଇଛି ।

ମିମି ଚକ୍ରବର୍ତ୍ତୀ ଟ୍ୱିଟ୍ କରି ଲେଖିଛନ୍ତି, ‘ମୋର କୋଭିଡ୍ ରିପୋର୍ଟ ପଜିଟିଭ ହୋଇଛି । ଯଦିଓ ମୁଁ ଗତ କିଛି ଦିନ ଧରି ମୋ ଘରୁ ବାହାରକୁ ଯାଇ ନାହିଁ ଏବଂ କାହା ସହିତ ଯୋଗାଯୋଗ କରି ନାହିଁ । ତଥାପି ମୁଁ ବର୍ତ୍ତମାନ ଘରେ ସଂଗରୋଧରେ ରହିଛି । ଡାକ୍ତରଙ୍କ ସହିତ ପରାମର୍ଶ କରୁଛି । ଆପଣମାନେ ସମସ୍ତଙ୍କୁ ନିବେଦନ କରୁଛି ଯେ ସତର୍କ ରୁହ, ମାସ୍କ ପିନ୍ଧ । ମିମି କହିଛନ୍ତି ଯେ କରୋନା ହେତୁ ଜୀବନ ବେଶ୍ ପ୍ରଭାବିତ ହୋଇଛି । ମିମି ବଙ୍ଗଳା ଚଳଚ୍ଚିତ୍ରର ଜଣେ ଭଲ ଅଭିନେତ୍ରୀ । ସେ ନିଜ ଫ୍ୟାଶନ୍ ପାଇଁ ହେଡଲାଇନରେ ରହିଥାନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ