ମନୋରଞ୍ଜନ

କରୋନା ସଂକ୍ରମିତ ହେଲେ ଅଭିନେତା ରବି ଦୁବେ, କିଛି ଦିନ ପୂର୍ବରୁ ନେଇଥିଲେ ଭ୍ୟାକ୍ସିନ୍

ମୁମ୍ବାଇ ୧୧/୦୫: କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିରେ ଦେଖାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସେଲିବ୍ରେଟ୍ କରୋନା ସଂକ୍ରମିତ ହୋଇସାରିଲେଣି । ଏଥିସହିତ ଟିଭି ଅଭିନେତା ରବି ଦୁବେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ଅଭିନେତା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ କରୋନା ପଜିଟିଭ ବିଷୟରେ ସୂଚନା ଦେଇଛନ୍ତି। ଏଥି ସହିତ ଅଭିନେତା ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇନେବାକୁ ନିବେଦନ କରିଛନ୍ତି।


ରବି ଦୁବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ମୋର ରିପୋର୍ଟ ପଜିଟିଭ୍ ଆସିଛି । ଗତ କିଛିଦିନ ମଧ୍ୟରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ସେମାନେ ନିଜର ଯତ୍ନ ନିଅନ୍ତୁ ଏବଂ ନିଜର ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତୁ । ମୁଁ ନିଜକୁ ଆଇସୋଲେଟ କରିନେଇଛି ଏବଂ ମୋର ନିକଟତମ ଏବଂ ପ୍ରିୟଜନଙ୍କ ଯତ୍ନରେ ମୁଁ ସୁରକ୍ଷିତ ଅଛି । ସୁରକ୍ଷିତ ରୁହନ୍ତୁ, ପଜିଟିଭ ରୁହନ୍ତୁ । ‘

ଅଭିନେତା କିଛି ଦିନ ପୀର୍ବରୁ ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଇଥିଲେ। ଏହା ସତ୍ତ୍ୱେ ସେ କରୋନା ସଂକ୍ରମିତ ହୋଇଛନ୍ତି। ରବି ଦୁବେଙ୍କ କରୋନା ପଜିଟିଭ୍ ଖବର ଆସିବା ପରେ ତାଙ୍କ ଫ୍ୟାନ୍ସ ଏବଂ ଅନେକ ସେଲିବ୍ରେଟ୍ ଅଭିନେତାଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ