ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କରୋନା ମହାମାରୀ କମାଇଲା ଜୀବନର ଦୁଇ ବର୍ଷ, UNFPAର ରିପୋର୍ଟ

ନୂଆଦିଲ୍ଳୀ, ୧୯/୧୧: କରୋନା ମହାମାରୀର ପ୍ରଭାବରୁ ଧୀରେ-ଧୀରେ ହ୍ରାସ ପାଉଛି। କିନ୍ତୁ ଏହାର କିଛି ପ୍ରଭାବ ଅଧିକ ସମୟ ପର୍ଯ୍ୟନ୍ତ ରହିବ। ଏହାରି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ (ୟୁଏନଏଫପିଏ) ଏକ ରିପୋର୍ଟରେ କହିଛି ଯେ କରୋନା ମହାମାରୀ କାରଣରୁ ୨୦୨୦-୨୧ ରେ ଦୁନିଆରେ ଲୋକଙ୍କ ବୟସ ୧.୭ ବର୍ଷ କମ୍ ହୋଇଛି। ଗରିବ ଏବଂ ବିକାଶଶୀଳ ଦେଶରେ ଏହା ଅଧିକ ରହିଛି।

ନିକଟରେ ଜାରି ହୋଇଥିବା ରିପୋର୍ଟ କୁହାଯାଇଛି ଯେ ଜାନୁଆରୀ ୨୦୨୦ ରୁ ଡିସେମ୍ବର ୨୦୨୧ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଦୁନିଆରେ ୧.୪୯ କୋଟି ଅତିରିକ୍ତ ମୃତ୍ୟୁ ହୋଇଛି। ଯାହା ସାମାନ୍ୟ ମୃତ୍ୟୁ ତୁଳନାରେ ତିନିଗୁଣା ଅଧିକ। ଏହାର ପ୍ରଭାବ ଯୋଗୁଁ ୨୦୨୦-୨୧ ଲୋକଙ୍କ ହାରାହାରି ବୟସ ୧.୭ ବର୍ଷ କମ୍ ହୋଇଛି।

ରିପୋର୍ଟ ଅନୁଯାୟୀ, ଦୁନିଆରେ ୨୦୨୦-୨୧ ରେ ହାରାହାରି ଆୟୁ ହ୍ରାସ ପାଇ ୭୧ ବର୍ଷ ହୋଇଛି। ଯେତେବେଳେକି ୨୦୧୯ ରେ ୭୨.୭ ଅନୁମାନ କରାଯାଇଥିଲା। ମହାମାରୀ ପ୍ରଭାବ ଗରିବ ଏବଂ ବିକାଶଶୀଳ ଦେଶ ଉପରେ ଅଧିକ ପଡ଼ିଛି।

ରିପୋର୍ଟରେ କୁହାଯାଇଛି ଉପରୋକ୍ତ ଅବଧି ସମୟରେ ୨୦୧୯ରେ ଦକ୍ଷିଣ ଆଫ୍ରିକୀୟ ଦେଶରେ ହାରାହାରି ବୟସ ୬୫.୫ ବର୍ଷ ଆଶଙ୍କା କରାଯାଇଥିଲା। କିନ୍ତୁ କରୋନା କାଳରେ ୨୦୨୧ ରେ ଏହା ୬୧.୮ ବର୍ଷ ରହିଥିଲା।

ଏସୀୟ ଦେଶ ଖାସ୍‌କରି ମଧ୍ୟ ଏବଂ ଦକ୍ଷିଣ ଏସିଆରେ ଏଥିରେ ୨.୩ ବର୍ଷ କମ୍ ହୋଇଛି। ଯେତେବେଳେକି ଲାଟିନ୍ ଆମେରିକା ଏବଂ କାରିବିଆନ ଦେଶରେ ଏହା ୧.୫ ବର୍ଷ ରହିଛି। ସବୁଠୁ ଖରାପ ସ୍ଥିତି ବୋତ୍ସବାନା, ଲେବନାନ, ଋଷିଆନ ଫେଡରେସନ, ମେକ୍ସିକୋ, ବୋଲିଭିଆରେ ରହିଛି। ଯେଉଁଠାରେ ହାରାହାରି ବୟସରେ ଚାରି ବର୍ଷର ହ୍ରାସ ରେକର୍ଡ ହୋଇଛି।

ରୋଚକ କଥା ହେଉଛି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍ ଭଳି ଦେଶରେ କରୋନା ମହାମାରୀ ସମୟରେ ମୃତ୍ୟୁ ହାର କମ୍ ରହିଛି। ଏଠାରେ ହାରାହାରି ବୟସରେ ୧.୨ ବର୍ଷ ବୃଦ୍ଧି ରେକର୍ଡ ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ କରୋନା ମହାମାରୀରୁ ମୁକୁଳିବା ପରେ ଉଚ୍ଚ ଆୟ ଥିବା ଦେଶଙ୍କଠାରେ ଦ୍ରୁତ ଭାବରେ ସୁଧାର ହେଉଛି। ତଥା ୨୦୨୨ ରେ ଏହି ହ୍ରାସ ଦୂର ହୋଇଯିବ ଏବଂ ହାରାହାରି ଆୟୁ ପୂର୍ବ ସ୍ଥିତିକୁ ଆସିଯିବ। କିନ୍ତୁ ନିମ୍ନ, ଏବଂ ମଧ୍ୟମ ଆୟ ଥିବା ଦେଶଙ୍କୁ ପୂର୍ବର ସ୍ଥିତି ଫେରିବାକୁ ୧ ରୁ ୩ ବର୍ଷ ସମୟ ଲାଗିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ