ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଭୟ: ସଂକ୍ରମିତ ଛୁଆକୁ କାର ଡିକିରେ ବନ୍ଦ କରି ରଖିଲା ମା’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ: କୁହାଯାଏ ସଂସାରରେ ମା’ର ମମତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କୌଣସି ଅର୍ଥ ଏହାକୁ କିଣିବାରେ ସକ୍ଷମ ହୋଇନଥାଏ । ତେବେ କରୋନା ସଂକ୍ରମଣ କାରଣରୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ ମା’ । ନିଜର କରୋନା ସଂକ୍ରମିତ ଛୁଆକୁ କାର ଡିକିରେ ବନ୍ଦ କରିଛନ୍ତି ମା’ । ସଂକ୍ରମିତ ହେବା ଭୟରେ ନିଜ ଛୁଆକୁ କାର ଡିକିରେ ବନ୍ଦ କରି ରଖିଥିବା ବେଳେ ବର୍ତ୍ତମାନ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଆମେରିକାର ଟେକ୍ସାସରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ସାରା ବିମଙ୍କୁ ପୋଲିସ ଗିରଫ କରିଛି ।

ଜାନୁୟାରୀ ୩ ତାରିଖରେ ସାରା ନିଜ କାରରେ ହାରିସ କଣ୍ଟ୍ରି ଯାଇଥିଲେ । ସେଠାରେ ଜଣେ ବ୍ୟକ୍ତି କାର ଡିକିରୁ କିଛି ସାଉଣ୍ଡ ବାହାରୁଥିବା ଶୁଣିବାକୁ ପାଇଥିଲେ । ଏହି ଘଟଣା ପରେ ସେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପ୍ରଥମେ ପୋଲିସ ଏହାକୁ ଏକ ଅପହରଣ ମାମଲା ବୋଲି ଭାବିଥିଲା । ମାତ୍ର ପରେ ଏହା ସାରାଙ୍କ ୧୩ ବର୍ଷୀୟ ପୁଅ ବୋଲି ଜଣାପଡିଥିଲା । ପୋଲିସ ଗିରଫ କରିବା ପରେ ପ୍ରକୃତ ଘଟଣା ଜଣାପଡିଥିଲା । ସାରାଙ୍କ ପୁଅ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହି ଘଟଣା ପରେ ନିଜେ ସଂକ୍ରମିତ ହେବା ଭୟରେ କାର ଡିକିରେ ବନ୍ଦ କରି ରଖିଥିଲେ ସାରା । ଏହା ସହିତ ଆଉଥରେ ଟେଷ୍ଟ କରିବା ପାଇଁ ନେଇ ଯାଉଥିବା ସମୟରେ ଧରା ପଡିଥିଲେ । ଶିଶୁଟି ବର୍ତ୍ତମାନ ସୁରକ୍ଷିତ ରହିଥିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ସାରା ବର୍ତ୍ତମାନ ପୋଲିସ ହେପାଜତରେ ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ