ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଭ୍ୟାକ୍‌ସିନ ୯୫ ପ୍ରତିଶତ ପ୍ରଭାବଶାଳୀର ଅର୍ଥ କଣ ? ଜାଣନ୍ତୁ କଣ କହୁଛନ୍ତି ବଶେଷଜ୍ଞ

ନୂଆଦିଲ୍ଳୀ ୨୪/୧୧: କରୋନା ଭ୍ୟାକ୍‌ସିନକୁ ନେଇ ଏବେ ବି କଳ୍ପନା ଜଳ୍ପନା ଜାରି ରହିଛି। ଟିକା ଟ୍ରାଏଲ୍‌ରେ ସଫଳତା ମିଳୁଥିବା ଖବର ଆସୁଥିବା ବେଳେ ଲୋକଙ୍କ ପାଇଁ କେବେ ଉପଲବ୍ଧ ହେବ ଏବେ ବି ଦ୍ବନ୍ଦ୍ବ ଭିତରେ ରହିଛି। କିଛି କମ୍ପାନୀ ଦାବି କରୁଛନ୍ତି ସେମାନଙ୍କ ଭ୍ୟାକ୍‌ସିନ୍‌ ୯୦ରୁ ୯୫ ପ୍ରତିଶତ ଭିତରେ ପ୍ରଭାବଶାଳୀ। ଫାଇଜର ଓ ବାୟୋଏନ୍‌ଟେକ୍‌ ଚଳିତ ସପ୍ତାହରେ ସେମାନଙ୍କ ଭ୍ୟାକ୍‌ସିନ୍‌ ୯୫ ପ୍ରତିଶତ ପ୍ରଭାବଶାଳୀ ଥିବା ଦାବି କରୁଥିବା ବେଳେ ପୂର୍ବରୁ ଋଷ ଭ୍ୟାକ୍‌ସିନ୍‌ ସ୍ପୁଟନିକ-୫ ୯୦ରୁ ୯୪.୫ ପ୍ରତିଶତ ପ୍ରଭାବ ପକାଉଥିବା ଋଷ ସରକାର ଘୋଷଣା କରିଛନ୍ତି।

ମାୟୋ କ୍ଳିନିକାଲର ଭ୍ୟାକସିନ୍‌ ଡେଭଲପର ଡାକ୍ତର ଗ୍ରେଗରି ପୋଲାଣ୍ଡ ଏହାକୁ ଏକ ଭଲ ସଙ୍କେତ କହୁଥିବା ବେଳେ ୬୦-୭୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଆଶା ଥିବା ବେଳେ ଏବେର ଭ୍ୟାକ୍‌ସିନ୍‌ କିନ୍ତୁ ଆଶାଠୁ ଅଧିକ ପ୍ରଭାବଶାଳୀ ବୋଲି କହିଛନ୍ତି। ସେପଟେ ଏହିସବୁ ଭ୍ୟାକସିନକୁ ଶ୍ରୀଘ୍ର ମଞ୍ଜୁରି ଦେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଏଫଡିଏ।


ନିକଟରେ ବହୁ କମ୍ପାନୀ ଦାବି କରିଛନ୍ତି ଟିକା କିଛି ଲୋକଙ୍କ ଶରୀରରେ ପ୍ରୟୋଗ କରାଯାଇଛି। କିନ୍ତୁ ୧୦୦ ଜଣଙ୍କ ମଧ୍ୟରେ ୯୫ ଜଣ ବଞ୍ଚୁଥିବା କୁହାଯାଉଛି। କିନ୍ତୁ ଏଭଳି ଦାବି ସତ୍ୟତାରୁ ବହୁ ଦୂରରେ। ଆମକୁ ଜଣାନାହିଁ ଭ୍ୟାକ୍‌ସିନ୍‌ କିଭଳି କାର୍ଯ୍ୟ କରୁଛି। ଭ୍ୟାକ୍ସିନେଟ୍‌ ବ୍ୟକ୍ତିଙ୍କୁ ଲକ୍ଷଣବିହୀନ ସଂକ୍ରମଣ ହୋଇପାରିବ କି ? କେତେ ଲୋକଙ୍କୁ ଟିକା ଦିଆଯିବ ? ଏନେଇ କାହା ପାଖରେ କିଛି ଉତ୍ତର ନାହିଁ।

ପାଖାପଖି ୧୦୦ ବର୍ଷ ପୂର୍ବରୁ ବୈଜ୍ଞାନିକମାନେ ଭ୍ୟାକସିନ୍‌ ଟ୍ରାଏଲ୍‌ର ନିୟମ ତିଆରି କରିଥିଲେ। ଏହି ପ୍ରକ୍ରିୟାରେ କିଛି ସ୍ବେଚ୍ଛାସେବୀଙ୍କୁ ପ୍ରକୃତ ଟିକା ଦିଆଯାଉଥିବା ବେଳେ କିଛି ଲୋକଙ୍କୁ ଆର୍ଟିଫିସିଆଲ୍‌ ଟିକା ଦିଆଯାଏ। ଏହାପରେ କେଉଁ ଗ୍ରୁପ୍‌ର କେତେ ଲୋକ ଅସୁସ୍ଥ ହେଉଛନ୍ତି ସେନେଇ ପରୀକ୍ଷା କରନ୍ତି ବିଶେଷଜ୍ଞ।

ସେହିଭଳି ଫାଇଜର ୪୮୬୬୧ ଲୋକଙ୍କୁ ବାଛିଥିଲା। ସେମାନଙ୍କ ମଧ୍ୟରୁ ୧୭୦ କରୋନା ସଂକ୍ରିମିତ ଥିବା ଜଣାପଡ଼ିଥିଲା। ୧୭୦ ସଂକ୍ରମିତଙ୍କ ମଧ୍ୟରୁ କେବଳ ୮ ଜଣଙ୍କୁ କରୋନା ଟିକା ଦିଆଯାଇଥିଲା ଓ ୧୬୨ ଲୋକଙ୍କୁ ଆର୍ଟିଫିସିଆଲ୍‌ ଟିକା (ରୋଗୀଙ୍କୁ ନକହି ଦିଆଯାଉଥିବା ଟିକା) ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ବିଶେଷଜ୍ଞମାନେ ଦୁଇ ଗ୍ରୁପ୍‌ ମଧ୍ୟରୁ ଅସୁସ୍ଥ ବ୍ୟକ୍ତିଙ୍କୁ ବାଛିଥିଲେ।

ଦୁଇଟି ଗ୍ରୁପ୍‌ ଛୋଟ ହୋଇଥିବା ବେଳେ ଯେଉଁମାନଙ୍କୁ ନକଲି ଟିକା ଦିଆଯାଇଥିଲା ସେମାନଙ୍କ ତୁଳନାରେ ଆର୍ଟିଫିସିଆଲ୍‌ ଟିକା ଦିଆଯାଇଥିବା ଲୋକ ଅଧିକ ଅସୁସ୍ଥ ହୋଇଥିଲେ। ଏହି ଆଧାରରେ ବୈଜ୍ଞାନିକମାନେ ଦୁଇ ଗ୍ରୁପ୍‌ରେ ଭ୍ୟାକ୍‌ସିନ୍‌ର ପ୍ରଭାବକୁ ରେଖାଙ୍କିତ କରନ୍ତି। ଦୁଇ ଗ୍ରୁପ୍‌ ଭିତରେ ଯେଉଁ ଅନ୍ତର ଦେଖାଯାଏ ତାହାକୁ ଏଫିକାସି କୁହାଯାଏ। ଯଦି ଗୋଟିଏ ଗ୍ରୁପ୍‌କୁ ଅସଲି ଓ ଅନ୍ୟକୁ ନକଲି ଟିକା ଦିଆଯାଏ ଏବଂ ଦୁଇ ଗ୍ରୁପ୍‌ର ଲୋକଙ୍କ ଶରୀରରେ କିଛି ପ୍ରତିକ୍ରିୟା ଦେଖିବାକୁ ମିଳେ ନାହିଁ ତେବେ ଭ୍ୟାକସିନ୍‌ ପ୍ରଭାବଶାଳୀ ନୁହେଁ ବୋଲି ଧରି ନିଆଯାଏ। ଯଦି ଅସଲି ଟିକା ଦିଆଯାଇଥିବା ଗ୍ରୁପର ଲୋକେ ଅସୁସ୍ଥ ନହୁଅନ୍ତି ତେବେ ଟିକା ୧୦୦ ପ୍ରତିଶତ ପ୍ରଭାବୀ ବୋଲି ଧରିନିଆଯାଏ।

ତେଣୁ ୯୫ ପ୍ରତିଶତ ପ୍ରଭାବୀର ଅର୍ଥ ଟିକା ଶରୀରରେ କାମ କରୁଛି। କିନ୍ତୁ ଟିକା ଲଗାଇବା ପରେ ଆପଣଙ୍କ ଶରୀର ଅସୁସ୍ଥ ହେଉଛି କି ନାହିଁ ଏହି ପ୍ରତିଶତ ଧାର୍ଯ୍ୟ କରିପାରିବ ନାହିଁ। ତେବେ ପ୍ରଭାବକାରିତା(ଏଫିକାସି) ଓ ପ୍ରଭାବଶୀଳତା(ଇଫେକ୍ଟିଭ୍‌ନେସ୍‌) ଉଭୟ ସହ ଜଡ଼ିତ କିନ୍ତୁ ବିଲକୁଲ ଅଲଗା ଜିନିଷ ବୋଲି ଜଣେ ଏପିଡେମିୟୋଲୋଜିଷ୍ଟ ନୋଆର ବାର ଜୀବ କହିଛନ୍ତି। ଏଫିକାସି କେବଳ ଏକ ମାନଦଣ୍ଡ ଯାହା ଟ୍ରାଏଲ ସମୟରେ ଧରାଯାଏ କିନ୍ତୁ ଇଫେକ୍ଟିଭ୍‌ନେସ୍‌ ଅର୍ଥ ବିଶ୍ବରେ ଭ୍ୟାକସିନ୍‌ କିଭଳି କାମ କରୁଛି ତାହାକୁ ବୁଝାଏ ବୋଲି ନୋଆର କହିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ