ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ନ କମୁଣୁ ପୁଣି ଆବିର୍ଭାବ ହେଲା ନୂଆ ଭାରିଆଣ୍ଟ, ୬ଟି ରାଜ୍ୟରେ ମେଲାଇଛି କାୟା

ନୂଆଦିଲ୍ଲୀ: ନିକଟରେ ଭୋଭିଡର ଏକ ନୂଆ ଭାରିଆଣ୍ଟ ଏୱାଇ.୪.୨ ଲଣ୍ଡନରେ ଚିହ୍ନଟ ହୋଇଥିଲା । ତେବେ ଉକ୍ତ ଡେଲଟା ଭାରିଆଣ୍ଟ ବର୍ତ୍ତମାନ ଭାରତର ଚିନ୍ତା ବଢ଼ାଇ ଦେଇଛି । ଦେଶରେ କରୋନା ହ୍ରାସ ପାଉଥିବା ସମୟରେ ୬ଟି ରାଜ୍ୟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ଗତ ମେ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ମୋଟ ୧୯ ହଜାର ୪୬୬ ନମୂନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ତେଣୁ ଏନେଇ ସଚେତନତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଗତ ଜୁଲାଇ ମାସ ୭ରୁ ୧୭ ତାରିଖ ମଧ୍ୟରେ କର୍ଣ୍ଣାଟକରୁ ଦୁଇଟି ସେକ୍ୟୁଏନ୍ସ ସଂଗ୍ରହ କରାଯାଇଛି । ସେହିପରି ଗତ ଅଗଷ୍ଟ ୧୧ରୁ ସେପ୍ଟମ୍ବର ୯ ମଧ୍ୟରେ ଆନ୍ଧ୍ର ପ୍ରଦେଶରୁ ୭ଟି, ଗତ ଜୁଲାଇ ୧୬ରୁ ୨୧ ମଧ୍ୟରେ କେରଳରୁ ୪ଟି, ଗତ ସେପ୍ଟେମ୍ବର ୪ରୁ ୧୧ ମଧ୍ୟରେ ତେଲେଙ୍ଗାନାରୁ ୨ଟି, ଗତ ସେପ୍ଟେମ୍ବର ୧ରେ ମହାରାଷ୍ଟ୍ରରୁ ଗୋଟିଏ ସେକ୍ୟୁଏନ୍ସ ସଂଗ୍ରହ କରାଯାଇଥିଲା । ପୂର୍ବରୁ ଜମ୍ମୁ କଶ୍ମୀରରୁ ଏୱାଇ.୪.୨ର ନମୂନା ଗତ ମେ ୨୯ରେ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ ଏହି ଭାରିଆଣ୍ଟ ବ୍ରିଟେନରେ ୨୮ ଦିନ ମଧ୍ୟରେ ୯ ପ୍ରତିଶତ ବୃଦ୍ଧି ପାଇଛି । ଏହାଛଡ଼ା ଡେନମାର୍କ, ଜର୍ମାନୀ ଓ ଇରଲ୍ୟାଣ୍ଡ ପରି ୟୁରୋପୀୟ ଦେଶରେ ମଧ୍ୟ ଏହାର ସଂକ୍ରମଣ ଦେଖିବାକୁ ମିଳିଛି । ଓରିଜିନାଲ ଡେଲଟା ଠାରୁ ଏହା ୧୫ ପ୍ରତିଶତ ଅଧିକ ସଂକ୍ରମିତ ହେଉଥିବା ବ୍ରିଟିଶ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ତେବେ ମହାମାରୀ ଆରମ୍ଭ ହେବା ଦିନ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ସବଭାରିଆଣ୍ଟ ବୋଲି କହିଛନ୍ତି ୟୁନିଭରସିଟି କଲେଜ ଲଣ୍ଡନ ଜେନେଟିକ୍ସ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ଫ୍ରାଙ୍କୋଇସ୍ ବଲଉକ୍ସ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଆଣ୍ଟକୁ ‘ଭାରିଆଣ୍ଟ ଅଣ୍ଡର ଇନଭେଷ୍ଟିଗେସନ’ ବୋଲି ଘୋଷଣା କରିଥିବା ସେ କହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ