ମନୋରଞ୍ଜନ

କରୋନା ନେଲା ଆଉ ଏକ ଜୀବନ: ବଲିଉଡ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରିୟାନ ଷ୍ଟିଫେନଙ୍କ ଦେହାନ୍ତ

ନୂଆଦିଲ୍ଲୀ ୨୯/୦୫: ବଲିଉଡ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରିୟାନ ଷ୍ଟିଫେନଙ୍କ ଦେହାନ୍ତ ହୋଇଛି। ନିକଟରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲା। ବହୁ ବର୍ଷ ଧରି ଫିଲ୍ମ ନିର୍ମାତା କରନ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ସହିତ ରିୟାନ ଷ୍ଟିଫେନ୍ ମଧ୍ୟ ଜଡିତ ଥିଲେ । ନିକଟରେ ରିଲିଜ୍ ହୋଇଥିବା କିୟାରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଜାୱାନି’ ଏବଂ କାଜଲ, ଶୃତି ହାସନ ଏବଂ ନେହା ଧୁପାଙ୍କ ସର୍ଟ ଫିଲ୍ମ ‘ଦେବୀ’ ପାଇଁ ରିୟାନ୍ ଚର୍ଚ୍ଚାରେ ଥିଲେ। ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍’ ରାଇଟର୍ ସୁପର୍ଣ ଏସ୍ ବର୍ମା ଟ୍ୱିଟ୍ କରି ରିୟାନ ଷ୍ଟିଫେନଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି।

ନିର୍ମାତା ସୁପର୍ଣ ରିୟାନଙ୍କ ଏକ ଫଟୋ ସେୟାର କରି ଟ୍ୱିଟରରେ ସମବେଦନା ଜଣାଇ ଲେଖିଛନ୍ତି, “ଏକ ନିର୍ଦ୍ଦୟ ଦୁନିଆରେ ତୁମର କରୁଣା ପାଇଁ ଧନ୍ୟବାଦ। ମୁଁ ଖୁସି ଯେ ଆମେ କିଛି କାହାଣୀ ଉପରେ ଏକାଠି କାମ କରିଥିଲୁ, ଯାହାକୁ ଲେଖିବାର ଆନନ୍ଦ ତୁମ ପାଇଁ ଥିଲା । ତୁମେ ଅନେକ ଲୋକଙ୍କୁ ପଛରେ ଛାଡିଗଲ ଯେଉଁମାନେ ତୁମକୁ ଭଲ ପାଆନ୍ତି .. ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ । ”

ନିର୍ମାତା ରିୟାନ୍ ଷ୍ଟିଫେନଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ରିୟାନଙ୍କ ମୃତ୍ୟୁ ପରେ ଚକିତ ହୋଇଯାଇଥିବା ଅଭିନେତା ମନୋଜ ବାଜପେୟୀ ନିର୍ମାତା ସୁପର୍ଣଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଚକିତକର, ଯିଏ ଏହି କମୋଳ ଆତ୍ମାକୁ ଜାଣିଥିବେ । ପ୍ରକୃତରେ ଏହା ସତ ହୋଇପାରିବ ନାହିଁ !! ମୁଁ ତୁମ କଥା ବହୁତ ମନେ ପଡିବ ମୋର ବନ୍ଧୁ ରିୟାନ ‘।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ