ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କରୋନା ନେଲା ଆଉଜଣେ ରାଜନେତାଙ୍କ ଜୀବନ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପରଲୋକ

ନୂଆଦିଲ୍ଲୀ ୨୦/୦୫: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଗତ ବୁଧବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଗୋଟିଏ ଦିନ ପାଇଁ ରାଜ୍ୟ ଶୋକର ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ପାହାଡିଆଙ୍କ ପରଲୋକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ୍ ଶୋକ ପ୍ରକାଶ କରିଛନ୍ତି।

ଗେହଲୋତ୍ ଟୁଇଟ୍ କରି କହିଛନ୍ତି, ‘ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା କେନ୍ଦ୍ର ମନ୍ତ୍ରୀ ଭାବରେ ଦୀର୍ଘ ଦିନ ଧରି ଦେଶ ସେବା କରିଥିଲେ, ସେ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ଥିଲେ। ‘

ସେ ଆହୁରି ଲେଖିଛନ୍ତି, ‘ଆରମ୍ଭରୁ ତାଙ୍କର ମୋ ପ୍ରତି ବହୁତ ଭଲପାଇବା ଥିଲା, ତାଙ୍କ ବିୟୋଗ ଯୋଗୁଁ ମୋର ବ୍ୟକ୍ତିଗତ କ୍ଷତି ହୋଇଛି।’ ଜଣେ ସରକାରୀ ମୁଖପାତ୍ରଙ୍କ କହିବା ଅନୁସାରେ, ମେ ୨୦ (ଗୁରୁବାର) ମଧ୍ୟାହ୍ନ ୧୨ ଟାରେ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ହେବ;, ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତକୁ ନେଇ ଶୋକ ପାଳନ କରାଯିବ । ପାହାଡ଼ିଆଙ୍କ ସମ୍ମାନାର୍ଥେ ଏକ ଦିନର ରାଜ୍ୟ ଶୋକ ଦିବସ ଅନୁଷ୍ଠିତ ହେବ ଏବଂ ଜାତୀୟ ପତାକା ଅର୍ଦ୍ଧନମିତ ରହିବ, ମେ ୨୦ରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବନ୍ଦ ରହିବ । ରାଜ୍ୟ ସମ୍ମାନରେ ପାହାଡିଆଙ୍କ ଶବଦାହ କରାଯିବ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର