ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଟିକା ଆସିବା ନେଇ ଆଶା ବଢୁଥିବା ବେଳେ ବିଦେଶୀ ନିବେଶକ ବଢାଉଛନ୍ତି ନିବେଶ, ରେକର୍ଡ ସ୍ତରରେ ପହଞ୍ଚିଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ପହଂଚିଛି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) । ମଙ୍ଗଳବାର ଷ୍ଟକ ମାର୍କେଟ୍ ୫୦୬ ପଏଣ୍ଟ ବୃଦ୍ଧିପାଇ ୪୪,୬୫୫ ପଏଣ୍ଟରେ ବନ୍ଦ ହୋଇଥିଲା। ଆଇଟି, ବ୍ୟାଙ୍କିଙ୍ଗ୍ ଓ ରିୟଲ ଇଷ୍ଟେଟ୍ ଷ୍ଟକ କାରବାରରେ ଉନ୍ନତି ଦେଖାଦେବା ଯୋଗୁଁ ସୂଚକାଙ୍କ ପ୍ରାୟ ୪୫୦ ପଏଣ୍ଟ ଉଚ୍ଚକୁ ଯାଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସ୍ଇ) ର ନିଫ୍ଟ ୧୪୦ ପଏଣ୍ଟ ବୃଦ୍ଧିପାଇ ୧୩,୧୦୯ ପଏଣ୍ଟ ଛୁଇଁଛି ।
ସେନସେକ୍ସରେ ସନଫାର୍ମା, ଟେକ୍ ମହିନ୍ଦ୍ରା, ଇଣ୍ଡସଇଣ୍ଡ ବ୍ୟାଙ୍କ୍, ଭାରତୀ ଏୟାରଟେଲ, ଓଏନ୍ଜିସି, ଆଇସିଆସିଆଇ ବ୍ୟାଙ୍କ୍, ଇନଫୋସିସ୍ ବ୍ୟାଙ୍କର ସେୟାର କାରବାରରେ ବେଶ ଉନ୍ନତି ଦେଖିବାକୁ ମିଳିଛି । ଏମାନଙ୍କର ସେୟାର କାରବାର ପ୍ରାୟ ୫.୫୧ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି କୋଟାକ ବ୍ୟାଙ୍କ୍, ଟାଇଟନ, ବଜାଜ୍ ଫାଇନାନ୍ସ, ନେସଲେ ଇଣ୍ଡିଆ ଏବଂ ଏଚ୍ଡିଏଫସି ବ୍ୟାଙ୍କ ସେୟାରର କାରବାର ପ୍ରାୟ ୧.୩୯ ପ୍ରତିଶତ ତଳକୁ ଖସିଛି । ଏହାବାଦ୍ ଏନ୍ଏସି ପ୍ଲାଟଫର୍ମରେ ରିୟଲିଟି, ପିଏସ୍ୟୁ ବ୍ୟାଙ୍କ, ଆଇଟ ଓ ଫାର୍ମା ଶେୟାର ୩.୩୩ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି ।
କୋଭିଡ-୧୯ ଟିକା ଆସିବା ନେଇ ଆଶା ବଢିଥିବାରୁ ଏବେ ବିଦେଶୀ ନିବେଶକ ମାନେ ସେମାନଙ୍କ ନିବେଶ ବଢାଇଥିବା ଦେଖିବାକୁ ମିଳିଛି । ଫଳରେ ଭାରତୀୟ ବଜାରକୁ ଏହାର ଲାଭ ମିଳିଛି । ନଭେମ୍ବର ମାସରେ ଉଭୟ ସୂଚକାଙ୍କ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ହୋଇଥିବା ନଜରକୁ ଆସିଛି । ଗୁରୁ ନାନକଙ୍କ ଜୟନ୍ତି ଯୋଗୁଁ ସୋମବାର ଷ୍ଟକ ମାର୍କେଟ୍ ବନ୍ଦ ଥିଲା । ଅନ୍ୟପଟେ ସେପ୍ଟମ୍ବର ମାସରେ ତ୍ରୈମାସିକ ଜିଡିପି ୭.୫ ପ୍ରତିଶତ ଖସିଛି । ଯାହାକି ପ୍ରଥମ ତ୍ରୈମାସିକରେ ୨୩.୯ ପ୍ରତିଶତ ଖସିଥିଲା । ଜିଡିପିକୁ ନେଇ ବି ନିବେଶକମାନଙ୍କ ମଧ୍ୟରେ ଆଶା ସଂଚାର ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ