ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଟିକାକରଣ ସଚେତନତା: ବିମାନ ଦ୍ବାରା ଆକାଶରେ ବିଶାଳ ‘ଇଞ୍ଜେକ୍ସନ’ ତିଆରି କଲେ ୨୦ ବର୍ଷୀୟ ଜର୍ମାନ ପାଇଲଟ୍‌

ନୂଆଦିଲ୍ଲୀ ୨୭/୧୨: କରୋନା ମହାମାରୀ ବିରୋଧରେ ବିଶ୍ବ ଦୃଢ଼ତାର ସହ ଲଢ଼େଇ କରୁଛି। ବିଭିନ୍ନ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ବ୍ରିଟେନ, ଆମେରିକା, ଋଷ ସମେତ ଅନେକ ଦେଶରେ କରୋନା ପାଇଁ ଟିକାକରଣ ଚାଲିଛି। ୟୁରୋପରେ କରୋନା ଭ୍ୟାକ୍ସିନେସନ୍ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜର୍ମାନୀର ଜଣେ ପାଇଲଟ୍ ନିଆରା ଉପାୟରେ ଲୋକଙ୍କୁ ସଚେତନ କରାଇଛନ୍ତି।

ଆକାଶରେ ୨୦୦ କି.ମି ଉଡ଼ାଣ କରି ଆକାଶରେ ବିଶାଳ ଇଞ୍ଜେକ୍ସନ୍‌ (ସିରିଞ୍ଜ) ତିଆରି କଲେ ପାଇଲଟ୍ ସାମି କ୍ରାମର। ତେବେ ୨୦ ବର୍ଷୀୟ ସାମି ଆକାଶରେ ନିର୍ମାଣ କରିଥିବା ଇଞ୍ଜେକ୍ସନ ଜିପିଏସ୍‌ ଡିଭାଇସ୍‌ରେ ବି ଦେଖାଯାଇପାରୁଛି। ସିରିଞ୍ଜ ଆକୃତିର ରୁଟ୍‌ ଇଣ୍ଟେରନେଟ୍‌ରେ ଦେଖିବାକୁ ମିଳୁଛି।

ବହୁ ଲୋକ ଟିକାକରଣକୁ ବିରୋଧ କରୁଥିବା ବେଳେ ମୋର ଏହି ପ୍ରୟାସ ସେମାନଙ୍କୁ ଭାବିବାକୁ ବାଧ୍ୟ କରିବ ବୋଲି ସାମି କହିଛନ୍ତି। ରବିବାର ଏନେଇ ସାମ ରୟଟର୍ସକୁ କହିଛନ୍ତି।

ଅନ୍ୟପଟେ କରୋନା ମହାମାରୀ ବେସାମରିକ ବିଭାଗ ଉପରେ ମଧ୍ୟ ଦାଉ ସାଧିଥିଲା । ତେଣୁ ଏଭଳି ଏକ ପ୍ରୟାସ ଏକ ଖୁସିର କିରଣ ସଦୃଶ ହୋଇପାରେ ବୋଲି କ୍ରାମର କହିଛନ୍ତି। ଜର୍ମାନ ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ୧.୩ ମିଲିୟନ୍‌ ଭ୍ୟାକ୍‌ସିନ୍‌ ଡୋଜ୍‌ ଦୋବକୁ ସ୍ଥିର କରିଛନ୍ତି। ଆସନ୍ତା ବର୍ଷ ପ୍ରତି ସପ୍ତାହରେ ୭ ଲକ୍ଷ ଟିକାକରଣ ହେବ ବୋଲି ମଧ୍ୟ ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ