ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା କବଳରେ କ୍ରିକେଟର : ସଚିନ୍, ୟୁସୁଫ ଓ ବଦ୍ରିଙ୍କ ପରେ ଇରଫାନ୍ ପଠାନ୍ ପଜିଟିଭ

ନୂଆଦିଲ୍ଲୀ ୩୦/୦୩: ସାରା ଦେଶରେ କରୋନାର ୨ୟ ଲହର ଜାରି ରହିଛି । ତେବେ କରୋନା କବଳରେ ଏବେ ପଡିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ କ୍ରିକେଟର । ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ ତାଙ୍କ ଭାଇ ଇରଫାନ୍ ପଠାନ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ସେ ସଂଗରୋଧରେ ରହିଛନ୍ତି ।

ଇରଫାନଙ୍କ ପୂର୍ବରୁ ବଦ୍ରିନାଥ ବି କରୋନା ସଂକ୍ରମିତ ହୋଇଥିଲ୍ । ଇରଫାନ୍ ନିଜ ଟ୍ୱିଟର ପେଜରେ ଏହା ସେୟାର କରିଛନ୍ତି । ସେ କହିଛନ୍ତି ମୋ ଠାରେ କରୋନାର ଲକ୍ଷଣ ଦେଖାଦେବାରୁ ମୁଁ କୋଭିଡ଼ ଟେଷ୍ଟ କରାଇଥିଲି । ରିପୋର୍ଟ ପଜିଟିଭ୍‌ ଆସିଛି । ତେବେ ଯେଉଁମାନେ ମୋ ସହ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ଯଥାଶୀଘ୍ର ନିଜର ପରୀକ୍ଷା କରାଇଦିଅନ୍ତୁ । ତେବେ ମାସ୍କ ପିନ୍ଧନ୍ତୁ, ସୋସିଆଲ ଡିଷ୍ଟାନ୍ସ ପାଳନ କରିବାକୁ ଲୋକଙ୍କୁ ସେ ନିବେଦନ କରିଛନ୍ତି ।

ଏହାପୂର୍ବରୁ ସଚିନ୍, ୟୁସୁଫ ପଠାନ୍, ବଦ୍ରିନାଥ ସଂକ୍ରମିତ ହେବା ପରେ ନିଜ ଘରେ ସଂଗରୋଧ ରହୁଛନ୍ତି । ନିକଟରେ ଖେଳାଯାଇଥିବା ରୋଡ୍ ସେଫଟି ଓ୍ୱାର୍ଲଡ ସିରିଜ୍ ଟୁର୍ଣ୍ଣାମେଣ୍ଟରୁ ଖେଳାଳିମାନେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଛତିଶଗଡର ରାୟପୁରରେ ଖେଳାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ଖେଳାଳୀମାନେ ଡ୍ରେସିଂ ରୁମରେ ସଚିନଙ୍କ ସହ କେଟ୍ କାଟି ଏକାଠି ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ