ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଇମ୍ପାକ୍ଟ : ସ୍ପାଇସଜେଟ୍ କର୍ମଚାରୀଙ୍କ ୫୦ ପ୍ରତିଶତ ଦରମା କଟିଲା

ନୂଆଦିଲ୍ଲୀ୨/୫: କରୋନା ପାଇଁ ପୁଣି ବିଗିଡିବାରେ ଲାଗିଛି ଦେଶର ଅର୍ଥନୀତି । ବିଭିନ୍ନ ସ୍ଥାନରେ କାମ କରୁଥିବା କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡିଛି । ବିଶେଷ କରି କର୍ପୋରେଟ ସେକ୍ଟରରେ ବଡ ଘାଟା ହୋଇଛି । ଛୋଟ ବଡ କମ୍ପାନୀ ନିଜର ବେପାର ମାନ୍ଦା ଥିବାରୁ କର୍ମଚାରୀଙ୍କୁ ଦରମା କାଟିବାରେ ଲାଗିଛନ୍ତି । ଏ କ୍ଷେତ୍ରରେ ସାମିଲ ହୋଇଛି ଭାରତର କିମ୍ୱଦନ୍ତୀ ଏୟାରଲାଇନ୍ସ ସଂସ୍ଥା ସ୍ପାଇସଜେଟ୍ ।

ଏପ୍ରିଲ ମାସର ଦରମାରୁ ୧୦ରୁ ୫୦ ପ୍ରତିଶତ କାଟିଛି ସଂସ୍ଥା । ସଂସ୍ଥା ପକ୍ଷରୁ କୁହାଯାଇଛି ସ୍ପାଇସଜେଟର ଚେୟାରପର୍ସନ ତଥା ମ୍ୟାନେଜିଂ ଡାଇରେକ୍ଟର ଅଜୟ ସିଂହ ଏପ୍ରିଲ ମାସରେ ଦରମା ନେଇନାହାଁନ୍ତି । ସୂଚନା ଥାଉକି କରୋନା ମାଡରେ ବେଶି ପ୍ରଭାବିତ ହୋଇଛି ବିମାନସେବା । ମହାମାରୀର ପ୍ରଥମ ଲହରରେ ବହୁତ କ୍ଷତି ହୋଇଥିଲା । ହେଲେ ଏଥର ୨ୟ ଲହରରେ ଅଣ୍ଟା ସଳଖିବା ମୁସ୍କିଲ ହୋଇପଡିଛି । ବିମାନ ଚଳାଚଳ ବି ବନ୍ଦ ରହିଛି । ଏସବୁକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ