ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ

କରୋନାର ଦ୍ୱିତୀୟ ଲହର ସହ ଲଢ଼ିବାକୁ ଅଣ୍ଟା ଭିଡ଼ିଲେ ସୋନୁ ସୁଦ୍: ଇନ୍ଦୋରକୁ ପଠାଇଲେ ୧୦ଟି ଅକ୍ସିଜେନ୍ ଜେନେରେଟର୍

ମୁମ୍ବାଇ ୧୬/୦୪ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀ ଜାରି ରହିଛି। ଦ୍ୱିତୀୟ ଲହରୀ ଖୁବ ଦ୍ରୁତ ଗତିରେ ବ୍ୟାପି ଚାଲିଛି ଯାହାକୁ ନେଇ ସରକାର, ପ୍ରଶାସନ ଓ ଜନତା ଚିନ୍ତିତ। ସ୍ଥିତି ଦିନକୁ ଦିନ ବେକାବୁ ହେବାକୁ ଲାଗିଛି। ସଂକ୍ରାମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଯେଉଁଥିପାଇଁ ହସ୍ପିଟାଲରେ ରୋଗୀଙ୍କୁ ବେଡ଼ ମିଳୁନାହିଁ। ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ପାର କରିଛି। ହସ୍ପିଟାଲମାନଙ୍କରେ ଅକ୍ସିଜେନ ସିଲିଣ୍ଡରର ମଧ୍ୟ ଅଭାବ ଦେଖାଦେଇଛି। ଏହିଭଳି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ କରୋନାର ଦ୍ୱିତୀୟ ଲହର ସହ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋର ପାଇଁ ସୋନୁ ସୁଦ ସହାୟତାର ହାତ ବଢ଼ାଇଛନ୍ତି।

ସୋନୁ ସୁଦଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ସେ କହିଛନ୍ତି “ଯେ ସମସ୍ତ ଇନ୍ଦୋରବାସୀ ମୁଁ କହିବାକୁ ଚାହୁଁଛି ଯେ ନିଜର ଯତ୍ନ ନିଅନ୍ତୁ। ଗତକାଲି ମୁଁ ଜାଣିବାକୁ ପାଇଲି ଯେ ଇନ୍ଦୋରବାସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ। ସେଥିପାଇଁ ମୁଁ ୧୦ଟି ଅକ୍ସିଜେନ ଜେନେରେଟର ପଠାଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ପରସ୍ପରକୁ ସାହାଯ୍ୟ କରନ୍ତୁ, ଯେଭଳି ଆମେ ଏହି ଭୟାବହ ମହାମାରୀରୁ ବାହାରି ପାରିବା। ମୋର ପୁରା ବିଶ୍ୱାସ ଯଦି ଆମେ ପରସ୍ପରକୁ ସାହାଯ୍ୟ କରିବା ତାହେଲେ ଏହି ସମସ୍ୟା ନିଶ୍ଚୟ ଦୂର ହେବ।”

ସୋନୁ ସୁଦ ଆଉ ଟ୍ୱିଟ ସେୟାର କରିଥିଲେ। ଟ୍ୱିଟ୍ ସେୟାର କରି ଅଭିନେତା କହିଥିଲେ, ମହାମାରୀର ସବୁଠାରୁ ବଡ ଶିକ୍ଷା। ଏହା ଆମକୁ ଶିକ୍ଷା ଦେଇଛି ଯେ ଦେଶକୁ ବଞ୍ଚାଇବାକୁ ହେଲେ ହସ୍ପିଟାଲ ତିଆରି କରିବାକୁ ହେବ। ସୋନୁ ସୁଦଙ୍କ ଏହି ଟ୍ୱିଟ୍ ଇସାରା କରୁଛି ଯେ ଖୁବ ଶୀଘ୍ର ସେ ହସ୍ପିଟାଲ ମଧ୍ୟ ଖୋଲି ପାରନ୍ତି। ତେବେ ଏ ସମ୍ବନ୍ଧରେ ସେ କିଛି ସ୍ପଷ୍ଟ କରିନାହାନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ