ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କରୋନାର ଦ୍ୱିତୀୟ ଲହରରେ ରୋଷେଇଘର ବଜେଟ୍ ଗଡବଡ: ମହଙ୍ଗା ହେଲା ସୋରିଷ ତେଲ, ଡାଲି, କ୍ଷୀର ପାଉଡର୍

ନୂଆଦିଲ୍ଲୀ ୧୪/୦୪ : କରୋନା ଭାଇରସର ଦ୍ୱିତୀୟ ଲହର ଜନଜୀବନକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ଅନେକ ଆବଶ୍ୟକୀୟ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡିଛି। ତେଲ, ଡାଲି, କ୍ଷୀର ଆଦି ସାମଗ୍ରୀର ଦାମ୍ ବୃଦ୍ଧି ପାଇଛି। ଲୋକଙ୍କ ରୋଷେଇଘର ବଜେଟ୍ ବିଗିଡି ଯାଇଛି। ସୋରିଷ ତେଲ ଦାମ୍ ଯାହା ସପ୍ତାହେ ପୂର୍ବରୁ ଲିଟର୍ ପିଛା ୧୪୦ ଟଙ୍କା ଥିଲା ତାହା ବର୍ତ୍ତମାନ ୨୦୦ ଟଙ୍କା ହେଲାଣି।

ମଙ୍ଗଳବାର ଦିନ ରିଫାଇନ ତେଲ ଦାମ ୫ ଟଙ୍କା ବଢି ୧୦ କିଲୋକୁ ୧୩୪୦ ଟଙ୍କା ହୋଇଛି। ବିଶ୍ଳେଷକ କହିଛନ୍ତି ଆଗାମୀ ଦିନରେ ଖାଇବା ତେଲ ଦାମ୍ ଆହୁରି ବଢିପାରେ। ଗତ ବର୍ଷ ଠାରୁ ଏବେ ସୁଦ୍ଧା ରୋଷେଇ ତେଲ ଦାମ ୨୫ ପ୍ରତିଶତ ମହଙ୍ଗା ହୋଇଛି। ଏପ୍ରିଲ ୧୨ ତାରିଖ ସରକାରୀ ରେକର୍ଡ ଅନୁଯାୟୀ, ପାମ୍ ତେଲ ଛାଡି ସମସ୍ତ ଖାଇବା ତେଲ ଦାମ୍ ବୃଦ୍ଧି ପାଇଛି। ବାଦାମ ତେଲ ଦାମ୍ ମଧ୍ୟ ଏପ୍ରିଲରେ ବୃଦ୍ଧି ପାଇଛି।

ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁଯାୟୀ, ସୋରିଷ ତେଲ ଦାମ୍ ଗତ ୩ ମାସରେ ବୃଦ୍ଧି ପାଇଛି। ଜାନୁଆରୀ ୩୧ ତାରିଖ ଯାଏଁ ସୋରିଷ ତେଲ ରିଟେଲରେ ୧୮୬ ଟଙ୍କା ଥିଲା। ଫେବୃଆରୀ ୨୮ ରେ ୧୮୮ ଟଙ୍କା ଓ ମାର୍ଚ୍ଚ ୩୧କୁ ଲିଟର ପ୍ରତି ୨୦୦ ଟଙ୍କା ହୋଇଥିଲା। ସୋୟାବିନ୍ ତେଲ ଜାନୁଆରୀରେ ୧୪୨ ଟଙ୍କା, ଫେବୃଆରୀରେ ୧୭୭ ଓ ମାର୍ଚ୍ଚରେ ୧୬୦ ଟଙ୍କା ଥିଲା।

ଡାଲି ଦର ମଧ୍ୟ ବୃଦ୍ଧି ୧୩.୨୫ ପ୍ରତିଶତ ପାଇଛି। ଗତ ମାସ ତୁଳନାରେ ମାର୍ଚ୍ଚରେ ମୁଗ ଓ ମଶୁରି ଡାଲି ଦାମ୍ ବୃଦ୍ଧି ପାଇଛି। ବିରି ଡାଲି ଦାମ୍ ନିୟନ୍ତ୍ରଣ କରାଯାଇଥିଲା କିନ୍ତୁ ହରଡ ଡାଲି ଦାମ୍ ବଢିଥିଲା। ଡାଲି ଦର କିଲୋ ପ୍ରତି ହାରାହାରି ୧୦ ଟଙ୍କା ବଢିଛି।

ଶିଶୁଙ୍କ କ୍ଷୀର ପାଉଡର୍ ଦାମ୍ ମଧ୍ୟ ୨୦ ଟଙ୍କା ବୃଦ୍ଧି ପାଇଛି। ୩୨୦ ଟଙ୍କା ଡବା ୩୪୦ ଟଙ୍କା ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ଯୋଗୁଁ ପାଖାପାଖି ୪୬ କୋଟି ଟଙ୍କାର ବ୍ୟବସାୟରେ କ୍ଷତି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ